ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ

କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ରେ ସମ୍ପର୍ନ୍ନ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ପାଇଁ ବାରବାଟି ଷ୍ଟାଡିୟମ ସ୍ଥିତ ବାରବାଟି ପ୍ୟାଲେସ ଠାରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ମଣ୍ଡପରେ ପୂଜା ପାଇଁ ପ୍ରମାଣ ପତ୍ର ପାଇପାରିବେ। ଆଜିଠାରୁ ବିଭିନ୍ନ ମଣ୍ଡପ ଏନ୍ ଓ ସି ପାଇଁ ଆବେଦନ କରିବେ। ଏହି ଆବେଦନ ପ୍ରକ୍ରିୟା 4 ଦିନ ଯାଏ ଚାଲିବ। ଆବେଦନ ପାଇଁ ବାରବାଟି ପ୍ୟାଲେସ ରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ଆବେଦନ କାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡପରେ ତୋରଣ, ଆଲୋକ ସଜ୍ଜା, ଇତ୍ୟାଦି ଆବେଦନ କରିବେ। ଆବେଦନ ପରେ ଆବେଦନ କାରୀଙ୍କୁ ପୂର୍ତ୍ତ ବିଭାଗ, ଅଗ୍ନିଶମ ବିଭାଗ, କେ ଏମ୍ ସି,ସର୍ବପରି କମିଶନରେଟ ପୋଲିସ ପକ୍ଷରୁ ଏନ୍ ଓ ସି ମିଳିବ। ଆଜିଠାରୁ ବିଭିନ୍ନ ମଣ୍ଡପର ଆବେଦନ ଗ୍ରହଣ କରାଯାଉଛି। ଆଜି ଆବେଦନ ବେଳେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସହୁ, ଏବଂ ବିଭିନ୍ନ ସାହି ପୂଜା କମିଟି କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ। ଦୁର୍ଗାପୂଜାକୁ ଶୃଙ୍ଖଳିତ ଭାବରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ପ୍ରମାଣ ପତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଅଗ୍ନିଶମ ବିଭାଗ,ପି ଡବ୍ଲୁ ଡି, କେ ଏମ୍ ସି ଅଧିକାରୀ ଏବଂ ସର୍ବୋପରି କଟକ ମହାନଗର ନିଗମ ସମସ୍ତ କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଅନୁମତି ଦିଆଯିବ।

Leave a Reply

Your email address will not be published. Required fields are marked *