୧୨କେଜି ଗଞ୍ଜେଇ ସହ କାର, ମୋବାଇଲ୍ ଟଙ୍କା ଜବତ, ଦୁଇ ଜଣ କୋର୍ଟ ଚାଲାଣ

ଚଣ୍ଡିଖୋଲ,୧୭/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଫୁଲବାଣୀ ରୁ ଗଞ୍ଜେଇ ଧରି ଜଣେ ପୁରୁଷ ଓ ଜଣେ ମହିଳା ବେପାରୀ ଚଣ୍ଡିଖୋଲ କୋର୍ଟ ନିକଟରେ ରହି ଗଞ୍ଜେଇ ବିକ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ନିକଟରେ। ଖବର୍ ପହଞ୍ଚି ଥିଲା, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବଡଚଣା ପୋଲିସ ର ସବ୍ ଇନ୍ସପେକ୍ଟ ଦିପ୍ତିମୟୀ ରାଉତ ଚଢାଉ କରି  ନିକଟରୁ ୧୨କେଜି ଗଞ୍ଜେଇ, ଦୁଇଟି ମୋବାଇଲ ଫୋନ୍, ଟଙ୍କା ଓ ଚୋରା ଗଞ୍ଜେଇ କାରବାର ରେ ବ୍ୟବହୃତ ଏକ ସ୍ଵିପ୍ଟ କାର କୁ ମଧ୍ୟ ଜବତ କରାଯାଇଛି। ଏଥି ସହିତ ଚୋରା ଗଞ୍ଜେଇ କାରବାର ରେ ସହାୟତା କରୁଥିବା ଜଣେ ମହିଳା କୁ ମଧ୍ୟ ଅଟକ ରଖା ଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ନିମାପଡ଼ା ଥାନା ଅନ୍ତର୍ଗତ ଅନ୍ସର୍ ଗ୍ରାମର ବିପିନ୍ ବିହାରୀ ସାହୁ ଙ୍କ ପୁଅ ଲକ୍ଷ୍ମୀଧର ସାହୁ। ପୂର୍ବରୁ ଲକ୍ଷ୍ମୀଧର ଚୋରା ଗଞ୍ଜେଇ କାରବାର ରେ ସଂପୃକ୍ତ ଥିବାର ନେଇ ବିଭିନ୍ନ ଥାନାରେ ତା ନାଁ ରେ ଅଭିଯୋଗ ଅଛି ବୋଲି ବଡଚଣା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର ପ୍ରକାଶ କରିବା ସହିତ ଆଗାମୀ ପାର୍ବଣ ଋତୁ କୁ ଆଖି ଆଗରେ ରଖି ଚୋରା ଗଞ୍ଜେଇ ବେପାର, ଅସାମାଜିକ ତତ୍ତ୍ଵ ମାନଙ୍କ ଉପରେ କଡା ନଜର ରଖିବା ସହିତ ଜନସାଧାରଣ ମାନଙ୍କ ଧନ ଜୀବନ ପ୍ରତି ପୋଲିସ୍ ର ପ୍ରାଥମିକତା ରହିବ ବୋଲି କହିଛନ୍ତି। ଆଜି ବଡଚଣା ପୋଲିସ୍ କେଶ୍ ନମ୍ବର ୩୦୭/୨୦୨୬ମାଦକ ଦ୍ରବ୍ୟ ଚୋରା ଚାଲାଣ ନିରୋଧ ଆଇନ ବଳରେ କେଶ୍ ରୁଜ୍ଜୁ କରି ଦୁଇ ଜଣକୁ କୋର୍ଟ ଚାଲାଣ କରିଚନ୍ତି।

Leave a Reply

Your email address will not be published. Required fields are marked *