
ଚଣ୍ଡିଖୋଲ ତା ୧୮/୯(କ ଵ୍ୟୁ) ( ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଚଣ୍ଡିଖୋଲ ଛକ ଠାରେ ଭକ୍ତିପୂର୍ଣ୍ଣ ଭାବରେ ପ୍ରଭୁ ଶ୍ରୀ ବିଶ୍ଵକର୍ମା ଦେବଙ୍କ ପୁଜା ଉତ୍ସବ ପାଳିତ ହୋଇ ଯାଇଛି ।ଚଣ୍ଡିଖୋଲ ଛକ ଠାରେ ବହୁ ପରିମାଣରେ ଟ୍ରକ, ବସ, ଚାରିଚକିଆ, ଛ’ ଚକିଆ ଯାନ ରହିଅଛି, ସେହି ପରିମାଣରେ ଗ୍ୟାରେଜ, ରହିଥିବାରୁ ପ୍ରତ୍ୟେକ ବର୍ଷ ଆଡମ୍ବର ପୁର୍ଣ୍ଣ ଭାବେ ପୁଜା ଉତ୍ସବ ପାଳନ ହୋଇ ଆସିଧାଏ । ଆଜି ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ତାଂକ କାର୍ଯ୍ୟାଳୟ ରେ ପ୍ରଭୂ ଶ୍ରୀ ବିଶ୍ଵକର୍ମା ଦେବ ଙ୍କ ପୁଜା ଉତ୍ସବ ପାଳିତ ହୋଇଥଲା। ଏହି ପୁଜାରେ ଟ୍ରକ ମାଲିକ ସଂଘର ସହ-ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ଜେନା କର୍ତ୍ତା ଭାବେ ଦାୟିତ୍ୱ ବହନ କରିଥିଲେ । ଏଥିରେ ସଭାପତି ଚନ୍ଦନ କୁମାର୍ ନାୟକ, ସଂପାଦକ ସନ୍ତୋଷ କୁମାର ରାଉତ, କୋଷାଧ୍ୟକ୍ଷ ସଂଜୀବ କୁମାର ବଳ, ଉପଦେଷ୍ଟା ପ୍ରମୋଦ କୁମାର ନାୟକ, ମୁଖପାତ୍ର ମନୋରଞ୍ଜନ ନାୟକ, ସରପଞ୍ଚ ଫକୀର ନାରାୟଣ ମିଶ୍ର, ସୁଶାନ୍ତ କୁମାର ନାୟକ, ଅଭୟ କୁମାର ସାମଲ ସମେତ ଅନ୍ୟ ଟ୍ରକ ମାଲିକ ମାନେ ଯୋଗ ଦେଇ ଥିଲେ, ବ୍ରାହ୍ମଣ।ପୁଜା କାର୍ଯ୍ୟ ସମାପନ ପରେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁ ମାନଂକୁ ପ୍ରସାଦ ବଣ୍ଟନ କରାଯାଇ ଥିଲା। ଚଣ୍ଡିଖୋଲ ଛକ ଠାରେ ଅବସ୍ଥିତ ଶାନ୍ତିଲତା ଟାୱାର ଠାରେ ମଧ୍ୟ ଯାକ ଜମକରେ ପୁଜା ପାଳନ କରାଯାଇଛି । ମୁଖ୍ୟ ଭାବରେ ଶ୍ରୀ ଦିଲ୍ଲୀପ କୁମାର ଚୌଧୁରୀ ପୂଜାର କର୍ତ୍ତା ଭାବେ ଦାଇତ୍ୱ ବହନ କରିଥିଲେ। ପୁଜା ପରେ ଶାନ୍ତି ମଣ୍ଡପ ଠାରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଚଣ୍ଡିଖୋଲ ଛକ ରେ ଥିବା ସମସ୍ତ ଗ୍ୟାରେଜ ମାନଙ୍କରେ ପ୍ରଭୁ ଶ୍ରୀ ବିଶ୍ଵକର୍ମା ଦେବ ଙ୍କ ପୂଜା ପାଳନ କରାଯାଇ ଥିଲା।