କଂଗ୍ରେସ ନେତାଙ୍କ ଶ୍ରୀ ଗଣେଶ ପୁଜା ମଣ୍ଡପ ଦର୍ଶନ

ଚଣ୍ଡିଖୋଲ ତା ୧୭/୯(କ.ଵ୍ୟୁ)(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡ଼ଚଣା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ଡକ୍ଟର ସନ୍ତୋଷ କୁମାର ବଳ ବଡ଼ଚଣା ର  ବିଭିନ୍ନ ସ୍ଥାନରେ  ଶ୍ରୀ ଗଣେଶ ଙ୍କ ପୁଜା ମଣ୍ଡପ କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ନିରଞ୍ଜନ ସାହୁ,   ଶୈ କେ ନ୍ଦ୍ର ରାୟ,ମୋହନ କୁମାର୍ ବେହେରା, ସ୍ମୃତି ରଂଜନ ସାହୁ ପ୍ରମୁଖ ସାମିଲ୍ ହୋଇ ଥିଲେ,,। ନିଶିମାଳା ଗ୍ରମର୍ ଶ୍ରୀ ଗଣେଶ ପୂଜା ମଣ୍ଡପ, ଅଣକା, ମହାଦେଇ ପୁର, ବଣିଆରୀ,, ଚାରିନଙ୍ଗଲ,ସମେତ ଅନ୍ୟ କେତେକ ପୂଜା ମଣ୍ଡପ ପାଖରେ ପହଞ୍ଚି ବିଘ୍ନ ବିନାୟକଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ସମସ୍ତ ପୂଜା ମଣ୍ଡପ ର କାର୍ଯ୍ୟକର୍ତ୍ତା ମାନେ ଅତିଥି ଡକ୍ଟର ବଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ, ଗ୍ରାମାଞ୍ଚଳରେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ମହାସମାରୋହରେ ପାଳନ ହେଉଛି, ସେ ହେଉଛନ୍ତି ଜ୍ଞାନ ଦାତା, ତାଙ୍କର ଆଶୀର୍ବାଦ ରହିଲେ ଆଜିର ଛାତ୍ର ଛାତ୍ରୀ ଶିକ୍ଷା କ୍ଷେତ୍ର ରେ ଆଗେଇପ୍ରଶଂସାର ପାତ୍ର ହୋଇ ପାରିବେ ବୋଲି ଡକ୍ଟର ବଳ ମତ ପ୍ରକାଶ କରିଥିଲେ, ଶ୍ରୀ ବିଘ୍ନ ବିନାୟକ ପୂଜା କମିଟି, ବଣିଆରୀ ଆନୁକୂଲ୍ୟରେ ପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ମଣ୍ଡପ ସମ୍ମୁଖରେ ଝିଅ ମାନେ ସଙ୍ଗୀତ ସହିତ ନୃତ୍ୟ ପରିବେଷଣ କରିଥିଲେ, ସେଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନୃତ୍ୟ ସଙ୍ଗୀତ ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଝିଅ ମାନଂକୁ ମୁଖ୍ୟ ଅତିଥି ଡକ୍ଟର ସନ୍ତୋଷ କୁମାର ବଳ ମାନପତ୍ର ,ସିଲ, କପା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *