ଏସିଆ କପ ଜୁନିଅର ହକିରେ ଭାରତର ସୁବର୍ଣ୍ଣ ବିଜୟ ଏହି ବିଜୟ ଦଳର ଅଧିନାୟକ ଓ ଡ଼ିଫେଣ୍ଡର ରାଜଗାଙ୍ଗପୁର ର ଦୁଇ ଖେଳାଳି କୁ ନିଜ ଜନ୍ମମାଟି ରେ ଭବ୍ୟ ସମ୍ବର୍ଦ୍ଧନା


ରାଜଗାଙ୍ଗପୁର (କ.ବ୍ୟୁ.) : ହକିର ଗଡ଼ ସୁନ୍ଦରଗଡ଼, ଆଉ ହକି ଏହି ଗୌରବମୟ ପରମ୍ପରା କୁ ଆଉଥରେ ବିଶ୍ୱ ଦରବାରରେ ପ୍ରମାଣିତ କରିଛି ଏହି ମାଟି । ଏସିଆ କପ ଜୁନିଅର ହକିରେ ଭାରତର ସୁବର୍ଣ୍ଣ ବିଜୟ, ଚୀନ ମାଟିରେ ଚମକିଲା ଭାରତୀୟ ହକି ଟିମ୍ ର ଚମତ୍କାର ପ୍ରଦର୍ଶନ । ଆଉ ଏହି ବିଜୟ ରେ ରହିଛି ସୁନ୍ଦରଗଡ଼ ମାଟିର ଅବଦାନ । ଭାରତୀୟ ହକି ଦଳର ସୁନ୍ଦରଗଡ଼ ରୁ ତିନି ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେଥିରେ ଦୁଇଜଣ ହେଉଛନ୍ତି ରାଜଗାଙ୍ଗପୁରରୁ ନିର୍ବାଚନ ମଣ୍ଡଳୀ ର କେଶ୍ରାମାଲ ବ୍ଲକ ର ଆହୁରି ଗର୍ବର କଥା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ରାଜଗାଙ୍ଗପୁର ର ଅନମୋଲ ଏକ୍କା ସଂଜିତ ତୀର୍କୀ ମାଟିରୁ ମୈଦାନ.. ମୈଦାନ ରୁ ଏସିଆର ଶ୍ରେଷ୍ଠ ମଞ୍ଚ, ରାଜଗାଙ୍ଗପୁର ର ଏହି ଦୁଇ ଖେଳାଳି ଆଜି ନିଜ ଅଂଚଳ ସହ ସାରା ସୁନ୍ଦରଗଡ଼ ଓଡିଶା କୁ ଗର୍ବିତ କରିଛନ୍ତି ଭାରତ ବିଜୟ ଖୁସିରେ ଉତ୍ସବ ମୁଖର ରାଜଗାଙ୍ଗପୁର, ନିଜର ପାରମ୍ପରିକ ଗୀତ ନାଚରେ ଦୁଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ପଞ୍ଚାୟତବାସି ସବୁଠୁ ବଡ଼କଥା ଅନମୋଲ ଏକ୍କା ୧୭ ଟି ଗୋଲ ଦେଇ ପ୍ଲାୟେର ଦି ମ୍ୟାଚ ହୋଇଛନ୍ତି ଏହି ସମ୍ବର୍ଦ୍ଧନା ସମୟ ରେ ଅନମୋଲ ଏକ୍କା, ସଂଜିତ ତୀର୍କୀ , ବିନୟ ଭୂଷଣ ବାର୍ଲା, କେଶରମାଲ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *