
କଟକ, ୧୯/୯/୨୬ : ସ୍ଥାନୀୟ ନେତାଜୀନଗର ସ୍ଥିତ ଅଭିପ୍ସା ଇଣ୍ଟରନ୍ୟାସନାଲ ସ୍କୁଲରେ ଏକାଡେମୀକ ଫେୟାର ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଏକାଡେ଼ମିକ ଫେୟାରକୁ ମୁଖ୍ୟ ଅତିଥି ଆଡ଼ଭୋକେଟ କାଶୀନାଥ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ଫେୟାରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ପ୍ରତିଭାର ଝଲକ ଦେଖିବାକୁ ମିଳିଥିଲା। ସ୍କୁଲର ଚେୟାରମ୍ୟାନ ସୁପ୍ରଭା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ, କଳା, ସଂସ୍କୃତି, ଐତିହ୍ୟ, ଗଣିତ ଓ ସାହିତ୍ୟ ଆଦି ବହୁ ଉପାଦେୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଶିକ୍ଷକ ଶୁଭ୍ରାଂଶୁ ଘଡ଼ାଇ, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ମୂଲ୍ୟାୟନ କରି ଛାତ୍ର, ଛାତ୍ରୀଙ୍କ ସୃଜନଶୀଳତାର ପ୍ରଶଂସା କରିଥିଲେ।ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଅନ୍ତର୍ନିହିତ ପ୍ରତିଭାକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏକାଡେମିକ ଫେୟାର ଆୟୋଜିତ ହୋଇଛି ବୋଲି ସ୍କୁଲ ଚେୟାରମ୍ୟାନ ସୁପ୍ରଭା ସାହୁ କହିଛନ୍ତି। ଏହି ଏକାଡେମିକ ଫେୟାରରେ ନର୍ସରୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ କେବଳ ପାଠପଢ଼ା ପ୍ରତି ଆଗ୍ରହ ବଢ଼ାଇ ନଥାଏ ବରଂ ଚିନ୍ତନଶକ୍ତି, ଗବେଷଣା ମନୋଭାବ, ଦଳଗତ କାର୍ଯ୍ୟ, ନେତୃତ୍ୱ ଓ ଉପସ୍ଥାପନା ଦକ୍ଷତା ବିକାଶରେ ମଧ୍ୟ ସହାୟକ ହୋଇଥାଏ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି। ଏଥିରେ ସ୍କୁଲର ପ୍ରିନ୍ସିପାଲ ପଦ୍ମନାଭ ରଥ ଓ ପ୍ରଧାନ ଶିକ୍ଷୟିତ୍ରୀ ଅମିତା ପତି କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ଅଭିପ୍ସା ଇଣ୍ଟରନ୍ୟାସନାଲ ସ୍କୁଲର ମୂଳ ଲକ୍ଷ୍ୟ। ଏହି ଏକାଡେମିକ ଫେୟାର କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀମାନେ ସହାୟତା କରିଥିଲେ।