
ଚଣ୍ଡିଖୋଲ ତା ୧୨/୯(କ.ଵ୍ୟୁ)(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ, ଚଣ୍ଡିଖୋଲ ପକ୍ଷରୁ ବିଧାୟକ ଅମର କୁମାର୍ ନାୟକ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଓ ପ୍ରେଖ୍ୟାଲୟ ରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିକାରୀ, ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ ମାନେ ବିଧାୟକ ଅମର କୁମାର୍ ନାୟକ ଙ୍କୁ ପାଛୋଟି ଆଣି ସଭା ମଞ୍ଚରେ ପହଞ୍ଚାଇ ଥିଲେ। ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଶେଷଦେବ ନାୟକ ଅଧ୍ୟକ୍ଷତା କରିଥଲେ, ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାୟକ ଓ ଅନ୍ୟ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥଲେ। ସଂପାଦକ ଲକ୍ଷ୍ମୀଧର ସାହାଣୀ ଗତ ବ୍ୟେଠକ ର ବିବରଣୀ ପଠନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବ ରେ ପଣ୍ଡିତ ବିଜୟ କୁମାର କର, ଉପଦେଷ୍ଟା ବ୍ରହ୍ମାନନ୍ଦ ଦାଶ, ଦୁଃଖିଶ୍ୟାମ୍ ସହୁ,, ଅଜୟ କୁମାର ଜେନା,, ଉତ୍ତମ ରଣା, ସନ୍ତୋଷ କୁମାର ବିଶ୍ବାଳ , ସାରଦା ପ୍ରସାଦ ମାହାନ୍ତି ବଟକୃଷ୍ଣ ଜେନା,, ଅଶୋକ କୁମାର୍ ରାଉତ, ବଟକୃଷ୍ଣ ସ୍ବାଇଁ ରଂଜନ କୁମାର୍ ଜେନା, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଶରତ ଚନ୍ଦ୍ର ସେଠୀ, ବିଜୟ ଜେନା ଦିଲ୍ଲୀପ କୁମାର୍ ଲେଙ୍କା , ସୁବାସ ଚନ୍ଦ୍ର ବଳ, ଈଶ୍ୱର ଚନ୍ଦ୍ର ସାମଲ, କୀର୍ତ୍ତନ ବେହେରା, ଦୁଷ୍ମନ୍ତ କୁମାର ସ୍ବାଇଁ, ବୃନ୍ଦାବନ ରାଉତ୍, ନାରାୟଣ ମାହାଲ , ଦିଲ୍ଲୀପ କୁମାର ରାଉତରାୟ, ଶିତାନାଥ ସାହୁ , ଗାୟକ ଜଗବନ୍ଧୁ ସାହୁ , ବୃନ୍ଦାବନ ରାଉତ୍, ନୃସିଂହ ସାହୁ, ଭଗବାନ ପାଣ୍ଡା ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ, ଚଣ୍ଡିଖୋଲ ଛକ ଠାରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଗଠନ କରାଯାଇଛି ତାହା ଅସହାୟ ବରିଷ୍ଠ ମାନଙ୍କୁ ସହଯୋଗ କରିବା ପାଇଁ। ଏଠାରେ ଗୋଟିଏ ଗୃହନିର୍ମାଣ କରାଯାଇଛି ତାହା ଏକ ଆଶ୍ରୟ ସ୍ଥଳି,, ସମ୍ମୁଖରେ ଗୋଟିଏ ହଲ ର ଆବଶ୍ୟକତା ଅ ରହିଛି, ନିର୍ମାଣ ଧିନ ଗୃହର ଜମି ସରକାରୀ ସୀକୃତି ପ୍ରାପ୍ତ ହୋଇନାହିଁ,। ସେ ଜମି, ନୂତନ ହଲ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ଅମର କୁମାର୍ ନାୟକ ସମ୍ପୂର୍ଣ୍ଣ ଭାବେ ସହଲୋଗ କରି ବରିଷ୍ଠ ନାଗରିକ ମାନଂକ ଆଶା ପୂରଣ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ ଦାବୀ ଉପସ୍ଥାପନ କରିଥିଲେ। ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ନିକଟରେ ବିଧାୟକ ଶ୍ରୀ ନାୟକ ପ୍ରଥମେ ଆଶୀର୍ବାଦ ଭିକ୍ଷା କରିଥିଲେ, ମୁଁ ବିଧାୟକ ହେବା ପରେ ମୋର ନିଷ୍ପତି ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବି,ବଡ଼ଚଣା କୁ ନୂତନ ଭାବେ ନୂଆ କରି ଗଢ଼ିବି,,ଚଣ୍ଡିଖୋଲ କୁ ରାଜ୍ୟ ସରକାର ଏନ୍ନ, ଏ,ସି ଭାବେ ଘୋଷଣା କରିଛନ୍ତି, ଯାତାୟାତ ର ସୁବିଧା ପାଇଁ ଏକ ବସ ଷ୍ଟାଣ୍ଡ କରାଯିବ, ସଧାରଣ ଲୋକଙ୍କ ସମସ୍ୟାକୁ ନିଶ୍ଚିତ ଭାବରେ ଦୂରୀଭୂତ କରିବାକୁ ପ୍ରଚେଷ୍ଟା ଜାରି ରଖୀବିି। ଆପଣଙ୍କ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଯେଉଁ ଦାବୀ ଉପସ୍ଥାପନ କରିଛନ୍ତି ନିଶ୍ଚିତ ଭାବେ ସେ ଦାବିକୁ ପୂର୍ଣ୍ଣାଙ୍ଗ କରିବି ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଗାୟକ ଜଗବନ୍ଧୁ ସାହୁ ଓ କବି ବଟକୃଷ୍ଣ ସ୍ବାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତି ଭାବପୂର୍ଣ୍ଣ ସଂଗୀତ ଗାନ କରି ବିଧାୟକ ଶ୍ରୀ ନାୟକ ଙ୍କ ଜୀବନ ସୁଖମୟ ଓ ମଧୁମୟ ହେବା ପାଇଁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପଣ୍ଡିତ ବିଜୟ କୁମାର କର ଶ୍ରୀ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଶ୍ଳୋକ ଉଚ୍ଚାରଣ କରି ବିଧାୟକଙ୍କୁ ଆଶୀର୍ବାଦ କରିଥିଲେ, ଶେଷରେ ଅଜୟ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ସେଠାରେ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଂକ ପାଇଁ ବରିଷ୍ଠ ନାଗରିକ ସୁବାସ ଚନ୍ଦ୍ର ବଳ ପ୍ରସାଦ ସେବନ ତା ବ୍ୟବସ୍ତା କରିଥିଲେ।