“ସାମ୍ବାଦିକ ସମ୍ମିଳନୀ କଲେ *ଉଦଳାର‌ ପୂର୍ବ ବିଜେଡି ବିଧାୟକ ଶ୍ରୀନାଥ ସୋରେନ”


ବାରିପଦା-ଉଦଳା(କ: ବ୍ଯୁ)
ତା୨୭/୦୮/୨୦୨୬ ଉଦଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ ଉଦଳା ବିଜେଡି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର ପ୍ରେସ୍-ମିଟ ରେ ବର୍ତ୍ତମାନ ର କେନ୍ଦ୍ରସରକାର ଓଡ଼ିଶା ରାଜ୍ଯପ୍ରତି ପୋଷଣ କରିଆସୁଥିବା ବୈମାତୃକ ମନୋଭାବକୁ ପ୍ରତ୍ୟେକ ଓଡ଼ିଆ ଙ୍କୁ ମାନସିକ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟନେଇ ସେ ରାଜ୍ୟ ର ମୂଲ୍ୟ ବାନ୍ ଭୁସମ୍ପତ୍ତି ଯାହା ର ସି°ଘ ଭାଗ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗଚ୍ଛିତ ଅଛି।ଖନନ ପ୍ରକ୍ରିୟାରେ ହେଉଥିବା କ୍ଷତିର‌ ମରାମତି ପାଇଁ ଖଣିଜ ପଦାର୍ଥ ଉତ୍ତୋଳନକାରୀ ମାନଙ୍କ ଠାରୁ ସରକାର ଆଦାୟ କରୁଥିବା ଅର୍ଥ ସରକାରଙ୍କ ତହବିଲ୍ କୁ ଯାଉଥିଲାବେଳେ କିଛି ଅଂଶ ସ୍ଥାନୀୟ ଅଞ୍ଚଳର ଉନ୍ନତିକରଣ ପାଇଁ ବିନିଯୋଗ ହୋଇଥାଏ ବୋଲି ସେ କହିଥିଲେ।ମାତ୍ର ପରିତାପର ବିଷୟ ଯେ ଦେଶର ସମୁଦାୟ ଖଣିଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅଧିକ।ଖଣି ଖନନ ଜନିତ ସୃଷ୍ଟ ପ୍ରଦୂଷଣ, ବିସ୍ଥାପନ,ଜଙ୍ଗଲକ୍ଷୟ,ଧୁଳି, ଧୂଆଁ,ଜଳ ପ୍ରଦୁଷଣ ଭଳି ଯନ୍ତ୍ରଣା ଓଡ଼ିଶାର ଜନସାଧାରଣ ବହନ କରୁଛନ୍ତି।ହେଲେ ଓଡ଼ିଶାରୁ ଉତ୍ପାଦିତ ସମ୍ପଦରେ ଅନ୍ୟ ରାଜ୍ୟ ଚାଲୁଥିବା ବେଳେ ଓଡିଶାକୁ ତାର ନ୍ୟାର୍ଯ୍ୟ ଅଂଶ ପାଇବାରୁ ବଞ୍ଚିତ କରାଯାଉଛି।ଉତ୍ପାଦିତ କୋଇଲା ଉପରୁ କେନ୍ଦ୍ର ସରକାର ସେସ ନାମରେ ବିପୁଳ ଅର୍ଥ ଆଦାୟ କରିଆସୁଥିବା ସତ୍ତ୍ବେ ଖଣିଜ ପଦାର୍ଥ ଉତ୍ତୋଳନ ଜନିତ କ୍ଷତିର‌ଶିକାର ହେଉଥିବା କ୍ଷତିଗ୍ରସ୍ତ ଅଞ୍ଚଳର ମରାମତି ଜନିତ ଆନୁପାତିକ ଅଂଶ ସହିତ ଆଉ ଅନ୍ୟାନ୍ୟ ପ୍ରାପ୍ୟ ପାଇବାର ହକ୍ ରଖୁଥିବା ସଂପୃକ୍ତ ରାଜ୍ୟ ସରକାର ଙ୍କୁ ନ ଦେଇ ସମସ୍ତ ଅର୍ଥକୁ କେନ୍ଦ୍ର‌ସରକାର ନିଜ ଖାତାରେ ରଖୁଛନ୍ତି। ଦେଶରେ କମ୍ ଖଣିଜ ସମ୍ପଦ ସମ୍ପର୍ଣ୍ଣ ରାଜ୍ୟ ସମୁହ ଅଧିକ ଆନୁପାତିକ ଅଂଶ ଧନ ପାଇ ପରୁଥିବାବେଳେ ଅଧିକ ଭୁତଳ ସମ୍ପଦ ସମ୍ପର୍ଣ୍ଣ ରାଜ୍ୟ ଓଡ଼ିଶାପ୍ରତି ବୈମାତୃକ ମନୋଭାବ ରଖି କେନ୍ଦ୍ର ସରକାର ଓଡ଼ିଶାକୁ ତାର ନ୍ୟାର୍ଯ୍ୟ ଆନୁପାତିକ ପ୍ରାପ୍ୟ ଦେବା ରେ ଟାଳଟୁଳ ନୀତି ଅବଲମ୍ବନ କରି କ୍ଷତିଗ୍ରସ୍ତ କରି ଆସୁଅଛି। ଖଣିଲିଜ୍ ଧାରି ମାଲିକ ମାନଙ୍କ ଠାରୁ ଓଡ଼ିଶା ସରକାର ବକେୟା (ଏକଲକ୍ଷ) ହଜାର କୋଟି ଟଙ୍କା
ପାଇବା କଥା। କିନ୍ତୁ ଲିଜ୍ ଧାରୀମାନେ ଏହି ଟଙ୍କାକୁ ଫାଙ୍କିବା ପାଇଁ ବହୁ ଚେଷ୍ଟାକରି ଛନ୍ତି। ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୫ ମସିହାରେ
ବକେୟା ଅର୍ଥ ପାଇବା ପାଇଁ ‌ସୁପ୍ରିମକୋର୍ଟରେ ଏକ ମୋକଦ୍ଦମ
ଦାୟର କରିଥିଲେ।୧୯ବର୍ଷ ପରେ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ଯେ,ଖଣି ଲିଜଧାରୀ ମାନେ ୨୦୨୪ ମସିହା ସୁଦ୍ଧା ଓଡ଼ିଶା ସରକାରଙ୍କୁ
ବକେୟା ପାଉଣା ବାବଦରେ(ଏକଲକ୍ଷ)ହଜାର କୋଟି ଟଙ୍କା ପଇଠ କରିବେ। ଏହା (ବାଧ୍ୟତାମୂଳକ ଅଟେ) ନହେଲେ ସମ୍ପତି ଯାବତ୍ ହେବ।
ଶ୍ରୀ ସୋରେନ୍ ଆହୁରି କହିଥିଲେ ଆମ ଖଣି,ଆମ ପାଣି,ମାଟି ଓ ଆମ ସମ୍ପତ୍ତି ଆମ ଓଡ଼ିଶା ଲୋକ କେମିତି ଉପଭୋଗ କରିବେ ସେଥିପାଇଁ ନବୀନ ବାବୁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତା ମାନଙ୍କର ବହୁ ପୂର୍ବରୁ ଓଡ଼ିଶା ମାଟି ତଳେ ଥିବା ଭୂସମ୍ପତ୍ତି ଉପରେ ଲୋଲୁପ ଦୃଷ୍ଟି ରଖିଥିଲେ। ସେହି ଓଡ଼ିଶା ମାଟିତଳେ ଥିବା ଖଣିଜ ସମ୍ପତ୍ତି
ଲୋଭ ଚରିତାର୍ଥ କରିବା ପାଇଁ ଓ
ଓଡ଼ିଶାର ବକେୟା ଟଙ୍କା ପଇଠ କରିବାକୁ ଥିବା ଲିଜଧାରୀ ମାନଙ୍କୁ ସହାୟତା କରିବା ପାଇଁ ଚଳିତ ମାସ ୧୪ ତାରିଖରେ ଆମ ରାଜ୍ୟର ୨୦ (କୋଡ଼ିଏ)ଜଣ M. P. (ସାଂସଦ) ଙ୍କୁ ହାତ କରି‌ MMDR ଆକ୍ଟ ବିଲ୍ ପାରିତ କରି ଓଡ଼ିଶାର ସମୁହ ସ୍ୱାର୍ଥକୁ ଷ୍ପଷ୍ଟ ଥିବା ଲୋକରେ କୁଠାରାଘାତ କରିଛନ୍ତି।
ଯେଉଁ ଶାନ୍ତିପ୍ରିୟ ଓଡ଼ିଆ ଭୋଟର ମାନେ ଅଗାଧ ବିଶ୍ୱାସର ସହିତ ନିଜ, ନିଜର ମୂଲ୍ୟବାନ ଭୋଟ ଦେଇ କ୍ଷମତାଧାରୀ‌ ରୂପେ ଗଢି‌ଥିଲେ ଏଇ କୋଡ଼ିଏ ଜଣ ଓଡ଼ିଶାର ସାଂସଦ ମାନଙ୍କୁ। ସେମାନେ ପାର୍ଟି କୁ ପ୍ରାଧାନ୍ଯତା ଦେଇ ନିରିହ ଭୋଟର ମାନଙ୍କୁ ପ୍ରତାରିତକଲେ।
ପରବର୍ତ୍ତୀ ମଞ୍ଚାସୀନ ଅତିଥି ବିଜେଡିର ବରିଷ୍ଠ ନେତା ଶ୍ରୀ ଯୁକ୍ତ ମନୋଜ ମହାନ୍ତି ତାଙ୍କ ଉଦ୍ବୋଧନରେ ଯୁବ,ଛାତ୍ର, ମହିଳା, ପୁରୁଷ ତଥା ସମସ୍ତ ମାନଙ୍କୁ ଆଗାମି ଦିନରେ ଏଇ ସାଂସଦ ମାନଙ୍କ ପ୍ରତାରଣାର ସଠିକ୍ ଜବାବ୍ ଦେବାକୁ ନିବେଦନ କରିଥିଲେ।
‌ ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *