ଚଣ୍ଡିଖୋଲ ଏନ ଏ ସି ପକ୍ଷରୁ ପ୍ରଥମ ସ୍ୱାୟତା ଶାସନ ଦିବସ ପାଳନ

ଚଣ୍ଡିଖୋଲ,୩୧/୦୮(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ)

ନୂତନ ଭାବେ ଗଠିତ ଚଣ୍ଡିଖୋଲ ଏନ ଏ ସି ପକ୍ଷରୁ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଥିବା ନବ ମାଳତୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଚଣ୍ଡିଖୋଲ ଏନ ଏ ସି ଅଧିକାରୀ ତଥା ବିଡିଓ ରବିନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଚଣ୍ଡିଖୋଲ ଆମ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ  ଚଣ୍ଡିଖୋଲ ଉତ୍ତର କଟକ ଜିଲ୍ଲା ହେବାର ପ୍ରସ୍ତାବ ଥିଲା ଏହା ହୋଇପାରିଲା ନାହିଁ,ଆମ ସରକାର ଆସିବା ପରେ ମୂଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଓ ବିଧାୟକ ଅମର କୁମାର ନାୟକଙ୍କ ଉଦ୍ୟମ ଫଳରେ ଏଠାରେ ନୂତନ ଏନ ଏ ସି ଗଠିତ ହେଲା।ଏଠାରେ ଏକ ଅଡିଟୋରିୟମ ନିର୍ମାଣ ପାଇଁ ଏକ କୋଟି ପ୍ରଦାନ କରିବା ସହ ଉଜ୍ଜ୍ବଳ ଆଲୋକ ପାଇଁ ମଧ୍ୟ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।ମୂଖ୍ୟ ବକ୍ତା ଭାବେ ବିଧାୟକ ଅମର କୁମାର ନାୟକ ଯୋଗଦେଇ ଅବହେଳିତ ଚଣ୍ଡିଖୋଲକୁ ଆଜି ଏକ ନୂଆ ଦିଶା ମିଳିଲା,ଏନ ଏ ସି ପରେ ଆମ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଦାବୀ କିଭଳି ସବଡିଭିଜନ ହେବ ସେଥିପାଇଁ ଆମ ସମସ୍ତଙ୍କର ପ୍ରୟାସ ରହୁ,ବଡଚଣା ଠାରୁ ଦର୍ପଣ ୪୩ କୋଟି ଟଙ୍କା ବ୍ୟୟବରାଦ ରେ ଚାରିଥାକିଆ ରାସ୍ତା ନିର୍ମାଣ, ଚଣ୍ଡିଖୋଲ ଚତୁଃପାର୍ଶ୍ଵ ରାସ୍ତାର ସମ୍ପ୍ରସାରଣ, ଦୁଇଟି ବଡ ଗଳିପୋଲ ସହ ରାସ୍ତାର ଉଭୟ ପଟକୁ ଯାତାୟତ ପାଇଁ ରାଜପଥ ଉପରେ ଏକ ପାଦଚଲା ରାସ୍ତା ନିର୍ମାଣ ସହ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।ଏନ ଏ ସି ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଯାଜପୁର ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଯୋଗଦେଇ ଏହି ଅଞ୍ଚଳର ବିକାଶ କ୍ଷେତ୍ରରେ ନୂତନ ଏନ ଏ ସି ସ୍ୱତନ୍ତ୍ର ମାଇଲଖୁଣ୍ଟ ଭାବେ ପ୍ରତିପାଦିତ ହେବ ସ୍ଵର୍ଣ୍ଣ ତ୍ରୀଭୂଜ ବୌଦ୍ଧ କରିଡର ସହ କଳିଙ୍ଗ ନଗର ଶିଳ୍ପାଚଂଳ ପାଇଁ ଚଣ୍ଡିଖୋଲ ବିଶେଷ ଗୁରୁତ୍ୱ ବହନ କରିବ।ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘ ସହ ସମ୍ପାଦକ ପ୍ରମୋଦ କୁମାର ଜେନା ଏନ ଏ ସି ଗଠନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।ଏହି ବୈଠକରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ, ମହାବିଦ୍ୟାଳୟ ଅଧ୍ୟକ୍ଷ ବରେନ୍ଦ୍ର କୁମାର ମହାନ୍ତି,ସରପଞ୍ଚ ରଞନ କୁମାର ଦାଶ, ନବଦ୍ୱିପ ନାୟକ, ଅଞୁଲତା ସ୍ଵାଇଁ, ଯଯାତି କେଶରୀ ରାଉତ, ନିରଞନ ସେନାପତି,ମଧୁସୂଦନ ବଳ, ରବିନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଥିଲେ।ବୈଠକକୁ ଆମନ୍ତ୍ରିତ ଚଣ୍ଡିଖୋଲ ପ୍ରେସ କ୍ଲବ ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ,ଟ୍ରକ ମାଲିକ ସଂଘ ସଭାପତି ସନ୍ତୋଷ କୁମାର ରାଉତ, ବସ ମାଲିକ ସଂଘ ସଭାପତି ଅମରେନ୍ଦ୍ର ନାୟକ, ବଡଚଣା ମହୋତ୍ସବ କମିଟି ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ,ବରିଷ୍ଠ ନାଗରିକ କମିଟି ସଭାପତି ଶେଷଦେବ ନାୟକ, ବଟକୃଷ୍ଣ ଜେନା,ଅଜୟ କୁମାର ଜେନା,ଲକ୍ଷ୍ମୀଧର ସାହାଣୀ,ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଶେଷରେ ମୂଖ୍ୟମନ୍ତ୍ରୀଙ୍କ ସ୍ୱାୟତ ଶାସନ ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରଦା ମାଧ୍ୟମରେ ପ୍ରଦର୍ଶନକୁ ଅତିଥିମାନଙ୍କ ସହ ଉପସ୍ଥିତ ଜନସାଧାରଣ  ଦେଖିଥିଲେ।

Leave a Reply

Your email address will not be published. Required fields are marked *