ଇଥାନାଳ ପ୍ଲାଣ୍ଟ ରେ ଅଘଟଣ, ୪ ଜଣ ଶ୍ରମିକ ଗୁରୁତର

ନୟାଗଡ : ଗାତେରୀ ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ଅଘଟଣ । ବଏଲର୍ ନିଆଁରେ ପୋଡି ହୋଇ ୪ଗୁରୁତର । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଭୂବନେଶ୍ବର ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର । ବଏଲର୍ ରେ ଟେଷ୍ଟିଙ୍ଗ କରୁଥିବାବେଳେ ଅସାବଧାନତା କାରଣରୁ ନିଆଁ ଲାଗିଥିବା ସୂଚନା । ଗୁରୁତରମାନେ ହେଲେ ଘଡେଇବନ୍ଧର ଦିଲ୍ଲିପ ନାୟକ , ମହିପୁରର ଶରତ ସାହୁ , କାଣିଗିରିର ବିଭୂତି ପ୍ରଧାନ ଏବଂ ବ୍ରଜକିଶୋର ପ୍ରଧାନ । ସମସ୍ତ ଗୁରୁତର ନୟାଗଡ ଜିଲ୍ଲାର । ଆଜି ସନ୍ଧ୍ଯାରେ ନୂଆଭାବେ ସ୍ଥାପନ କରାଯାଇଥିବା ଏକ ବଏଲର୍ ରେ ନିଆଁ ଲଗାଇ ଟେଷ୍ଟ କରାଯାଉଥିବାବେଳେ ଅନ୍ଯ ପଟେ ଜଣେ ଷ୍ଟାଫ୍ ଭିତରେ ଥିବା ଫ୍ଯାନକୁ ଚାଲୁ କରିଦେଇଥିଲେ । ଫଳରେ ନିଆଁର ଧାସ ଆସି ୪ଜଣଙ୍କ ଦେହରେ ବାଜିଥିଲା । ଗୁରୁତରମାନଙ୍କର ହାତ ଗୋଡ ଆଦି ଜଳିଥିବାବେଳେ ସେମାନଙ୍କ ଦେହର ୪୦ପ୍ରତିଶତରୁ ଅଧିକ ଜଳିଥିବା ଡାକ୍ତର କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *