



ରାଜଗାଙ୍ଗପୁର (କ ବ୍ୟୁ. ) : ୨୫ ଜୁଲାଇ, ୨୦୨୬ ଶନିବାର ସକାଳ ୧୦ ଘଟିକା ସମୟ ରେ ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ର ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଅଶୋକ ଲାକ୍ରା ଙ୍କୁ ପୁଷ୍ପଗୁଚ୍ଛ ଓ ଉପଦୌଡ଼କନ୍ ପ୍ରଦାନ କରି ସମ୍ମାନିତ କରାଗଲା ଓ ଏହି ଅବସର ରେ ସମ୍ମାନୀତ ଅତିଥି ଡକ୍ଟର ସରେଜିନୀ ସାହୁ ଉପସ୍ଥିତ ହୋଇ ଶିକ୍ଷାାର ମହତ୍ୱ କୁ ପ୍ରକାଶ କରି ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଏଇ ଭଳିଆ ଆୟୋଜନକୁ ପ୍ରଶଂସା ମଧ୍ୟ କରିଥିଲେ । ଏଇ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ସେନାପତି ସ୍ୱାଗତ ଭାଷଣ ସହ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବକୁ ବିଦ୍ୟାଳୟର ବରିଷ୍ଠ ଇଂରାଜୀ ଶିକ୍ଷକ ସୋହନ ଦାସ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ଉତ୍ସବରେ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ସିବିଏସଇ କ୍ଲାସ 10 ଓ କ୍ଲାସ -12 (୨୦୨୫-୨୬ ) ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ବିବେଚିତ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଅଭିଭାବକମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯକ୍ରମରେ ସମ୍ପାଦକ ରାମଚନ୍ଦ୍ର ବେହେରା, ସହ ସମ୍ପାଦିକା ଅଞନା ବେହୁରା, ସଦସ୍ୟା ବେଲାରାଣୀ ଶତପଥି, ସବିତା ମହାନ୍ତି, ଉପାଧ୍ୟକ୍ଷ ରଘୁନାଥ ସାମନ୍ତରାୟ ,ରାଷ୍ଟ୍ରୀୟ ବିଦ୍ୟାଳୟର ଡାକ୍ଟର ଗିରୀଶ ଚନ୍ଦ୍ର ରାଉତ, ଅନ୍ୟ ସଦସ୍ୟ ସଦସ୍ୟାମାନେ, ତଥା ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ,କର୍ମଚାରୀବୃନ୍ଦ, ଛାତ୍ର-ଛାତ୍ରୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ଉତ୍ସବ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ନେହଲତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )