

ରାଜଗାଙ୍ଗପୁର (କ.ବ୍ୟୁ. )୨୫-୦୭-୨୦୨୭ : ରାଜଗାଙ୍ଗପୁର ବଗିଚାପଡ଼ା ରେଲୱେ ଗେଟରୁ କଚେରୀ ପର୍ଯ୍ୟନ୍ତ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ରୁ ବାରମ୍ବାର ଉକ୍ତ ରାସ୍ତା ର ଉନ୍ନତିକରଣ ପାଇଁ ମ୍ୟୁନିସିପାଲଟି, ରେଲୱେ ପ୍ରଶାସନ, ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ବେ କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ କିଛି ସାମାଜିକ କାର୍ଯ୍ୟକର୍ତ୍ତା, ସରସ୍ବତୀ ବିଦ୍ୟା ମନ୍ଦିର ର ପ୍ରଚାର୍ୟ ଓ ସ୍ଥାନୀୟ ବାସିନ୍ଦା ମାନେ ଗତ୍ ତା: ୨୨-୦୭-୨୦୨୬ ଦିନ ଜିଲ୍ଲାପାଳ ସୁନ୍ଦରଗଡ଼, କାର୍ଯ୍ୟନିର୍ବାହୀ ଅଧିକାରୀ ରାଜଗାଙ୍ଗପୁର ମ୍ୟୁନିସିପାଲଟି, ଚେୟାରମେନ ରାଜଗାଙ୍ଗପୁର ମ୍ୟୁନିସିପାଲଟି, ଷ୍ଟେସନ ମ୍ୟାନେଜର, ତହସିଲଦାର,ଭାରପ୍ରାପ୍ତ ଥାନା ଅଧିକାରୀ ଏବଂ ଡିଆରଏମ୍, ଚକ୍ରଧରପୁର ଙ୍କୁ ରୋଡ଼ ରାସ୍ତା ମରାମତି କରାଯାଉନଥିବାରୁ ଲୋକଙ୍କୁ ଭୋଗିବାକୁ ପଡୁଥିବା ଅହେତୁକ ପିଡା ଜଣାଇବା ସହିତ ଆଗାମୀ ତା:୨୭-୦୭-୨୦୨୬ ଦିନ ୯.୩୦ ଘଣ୍ଟା ରୁ ୧୧.୩୦ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ଅବରୋଧକରି ପ୍ରତିବାଦ ଜଣାଇବେ ବୋଲି ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଥିବାରୁ ଆଜି ରାଉରକେଲା ଜିଆରପି ଇନିସ୍ପେକଟର ଶୀମତୀ ସୁସ୍ମିତା ସାହୁ ଏବଂ ରେଲୱେ ଯନ୍ତ୍ରୀ ଶ୍ରୀ ରଞ୍ଜନ କୁମାର ଅଭିଯୋଗକାରି ଙ୍କ ମଧ୍ୟରୁ ଦିନେଶ ପୁରୋହିତ, ଓକିଲ ଦିଲିପ୍ ସିଂ, ପୂର୍ବ କାଉନସିଲର ରମେଶ ସୋନି ଏବଂ ମ୍ୟୁନିସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ଉପନଗରପାଳ ଏମ୍ଡି ଇରଫାନ, ପୈ।ର ସଭ୍ୟା ସିମରନ ତାନ୍ତି, ଆସିଷ୍ଟାଣ୍ଟ ଏକଜିକୟୁଟିଭ ଇଂଜିନିୟର ହଜାମ ଟୁଡୁ , ସାମାଜିକ କାର୍ଯ୍ୟକର୍ତ୍ତା ସୁନିଲ ଅଗ୍ରୱାଲ, ମିଡ଼ିଆ କର୍ମୀ ଅବଦୁଲ ରଜାକ ଖାନଙ୍କ ଉପସ୍ଥିତ ରେ ପ୍ରାଞ୍ଜଳ ଭାବେ ଆଲୋଚନା ପରେ ସମସ୍ୟାର ସମାଧାନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରେଲୱେ କର୍ତ୍ତୃପକ୍ଷଙ୍କ ଦ୍ଵାରା ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ଉକ୍ତ ରୋଡ଼ ରାସ୍ତା ମରାମତି ପାଇଁ ଅନୁମତି ଦିଆଯାଇଥିବା ବେଳେ ଜିଆରପି ଇନିସ୍ପେକଟର ଶୀମତୀ ସୁସ୍ମିତା ସାହୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ଚାପ ସୃଷ୍ଟି କରିବାରୁ ଅଭିଯୋଗ ପତ୍ର ପ୍ରଦାନକାରୀଙ୍କ ପ୍ରତିନିଧି ମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେବାପାଇଁ ୨୬-୭-୨୦୨୬ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ଅଭିଯୋଗ ପତ୍ର ସ୍ବାକ୍ଷର କରିଥିବା ବ୍ୟକ୍ତିମାନେ ବସି ଆଲୋଚନାପରେ ଆନ୍ଦୋଳନ ପ୍ରତ୍ୟାହୃତ କରିବାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଜଣାଇଥିଲେ। ଏବେ ଦେଖିବାକୁ ବାକି ରହିଲା ଯେ, ଅଭିଯୋଗକାରି ମାନେ ପୂର୍ବରୁ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆନ୍ଦୋଳନ କରୁଛନ୍ତି ନାଁ ଆନ୍ଦୋଳନ କୁ ପରବର୍ତି ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖୁଛନ୍ତି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )