ପୋଲିସ କବଜାରେ ପଡିଲା ଅଭ୍ୟାସଗତ ଠକ

କଟକ : କେତେ ବେଳେ ନିଜକୁ ବଡ଼ ଅଫିସର କହୁଥିଲେ, କେତେବେଳେ ସମାଜସେବୀ କହି ଦାନ ଦକ୍ଷିଣା କରୁଥିଲେ,। ପୁଣି କେତେବେଳେ ନିଜ ପରିଚୟ ଆଉ ବୃତ୍ତି ବଦଳାଇ ଲୋକଙ୍କୁ ପ୍ରଭାବିତ କରୁଥିଲେ, ଆଉ ତାପରେ ଲୋକଙ୍କ ବିଶ୍ୱାସ ଜିଣିବା ପରେ ତାଙ୍କୁ କଳାକନା ବୁଲାଇ ଚମ୍ପଟ ମାରୁଥିଲେ । ହେଲେ ଠକ 420 ର ସବୁ ଚାଲ ଫେଲ ମାରିଚି। 20 ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରେ କଟକ ମଙ୍ଗଳାବାଗ ଥାନା ପୋଲ ସେ ଅଭିଯୁକ୍ତ ଠକ୍ 420 ନକଲି ଅଫିସର କୁ ଗିରଫ କରିଛି,ଅଭିଯୁକ୍ତ ଜଣକ ନାମ ସସଧର ପଣ୍ଡା। କଟକ ସିଡିଏ ଅଞ୍ଚଳରେ ସେ ରହୁଥିଲେ। ତେବେ ଅଭିଯୋଗ ଅନୁସାରେ ରେ ଅଭିଯୋଗକାରୀ ଙ୍କ ପୁଅ ଆଡ଼ମିଶନ କରାଇଦେବା ଏବଂ ଜମି କରାଇଦେବା କହି ଟଙ୍କା ନେଇଥିଲେ,ହେଲେ ତାଙ୍କ ନ ଫେରେଇବାରୁ ଥାନାରେ ମାମଲା ହେବ ପର ମଙ୍ଗଳାବାଗ ପୋଲିସ ଠକ୍ 420 କୁ ଗିରଫ କରିଚି। ତେବେ ସେ ଜଣେ ପେଶା ଦାର 420 । ଓଡ଼ିଶାର ଏକାଧିକ ଥାନାରେ ତ ନାମରେ 10 ରୁ ଅଧିକ ମାମଲା ଥିବା ବେଳେ ଲୋକଙ୍କୁ ବିଭ୍ନ କାରଣ ଦର୍ଶାଇ କୋଟି କୋଟି ଟଙ୍କା କଳାକନା ବୁଲାଇଚି। ପୋଲିସ ଏବେ ଅଭିଯୁକ୍ତ ର କ୍ରାଇମ ରେକର୍ଡ ସଂଗ୍ରହ କରୁଚି।

Leave a Reply

Your email address will not be published. Required fields are marked *