
କଟକ, ତା ୨୦.୦୭.୨୦୨୬ : ଦିଲ୍ଲୀରେ ଚାଲିଥିବା ପାର୍ଲିଆମେଣ୍ଟ ମାର୍ଚ୍ଚ ସମର୍ଥନରେ ଏବଂ ସୋନମ ୱାଙ୍ଗଚୁକଙ୍କୁ ଜବରଦସ୍ତ ଉଠେଇ ନେବା ଓ ପାର୍ଲିଆମେଣ୍ଟ ମାର୍ଚ୍ଚ ପାଇଁ ଅନୁମତି ନଦେବା ତଥା ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଚ୍ଚ ବିରୁଦ୍ଧରେ ଏଆଇଡିଏସଓ କଟକ ଜିଲ୍ଲା କମିଟି ପକ୍ଷରୁ ନେତାଜୀ ପ୍ରତିମୂର୍ତ୍ତି ଠାରୁ ରାଣୀହାଟ କ୍ଲକ ଟାୱାର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୋନମ ୱାଙ୍ଗଚୁକଙ୍କ ସମେତ ସମସ୍ତ ଅନଶନକାରୀଙ୍କ ସହିତ ଗଣତାନ୍ତ୍ରିକ ଉପାୟରେ ଆଲୋଚନା କରିବା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବା, ଏନଟିଏକୁ ସମ୍ପୂର୍ଣ ଉଚ୍ଛେଦ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଏହି ଶୋଭାଯାତ୍ରାରେ ଏଆଇଡିଏସଓ ରାଜ୍ୟ ପରିଷଦର ଉପସଭାପତି ଭଗ୍ୟରବି ଦାସ, ସଂଗଠନର କଟକ ଜିଲ୍ଲା କମିଟି ସଭାପତି ଇଶା ଧର, ଉପ-ସଭାପତି ଶିବାନୀ ସାହୁ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଶୁଭସ୍ମିତା ସାହୁ, ଜ୍ୟୋସ୍ନାରାଣୀ ଦାସ, ସରୋଜ ମାନସିଂହ, ଭାଗ୍ୟଶ୍ରୀ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ସତ୍ୟବ୍ରତ ମୁଦୁଲି, କସକ ଜେନା, ଗାୟତ୍ରୀ ସାହୁ, ସରୋଜ ବେହେରା, ରାଜେଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।