
କଟକ : ୪/୭ : ମହାନଦୀ ଓ କାଠଯୋଡ଼ିର ସ୍ନେହମୟ ଆଲିଙ୍ଗନରେ ଗଢ଼ିଉଠିଥିବା କଟକ କେବଳ ଏକ ସହର ନୁହେଁ, ଏହା ଓଡ଼ିଶାର ଇତିହାସ, ଐତିହ୍ୟ, ସଂସ୍କୃତି ଓ ସ୍ବାଭିମାନର ଜୀବନ୍ତ ପ୍ରତୀକ । ସହସ୍ରାବ୍ଦୀର ଗୌରବକୁ ବହନ କରୁଥିବା ଏହି ‘ମିଲେନିୟମ୍ ସିଟି’ ଆଜି ମଧ୍ୟ ଅତୀତର ଗରିମା ଓ ଆଧୁନିକତାର ସମନ୍ୱୟରେ ନୂଆ ଇତିହାସ ରଚନା କରୁଛି । ବାରବାଟୀର ବୀରଗାଥା, ବାଲିଯାତ୍ରାର ସାମୁଦ୍ରିକ ପରମ୍ପରା, ତାରକସୀର ସୂକ୍ଷ୍ମ କଳା ଓ ଭାଇଚାରାର ଅନନ୍ୟ ପରିଚୟକୁ ହୃଦୟରେ ଧାରଣ କରିଥିବା କଟକ, ଓଡ଼ିଶାର ବାଣିଜ୍ୟିକ ରାଜଧାନୀ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖୁଛି ।
୧୮୭୬ ମସିହାରେ ବ୍ରିଟିଶ ଶାସନ କାଳରେ କଟକ ପୌରପାଳିକାର ପ୍ରତିଷ୍ଠା ସହ ଏହି ସହରରେ ସଂଗଠିତ ନଗର ପ୍ରଶାସନର ଆରମ୍ଭ ହୋଇଥିଲା । ସେହି ଐତିହାସିକ ଯାତ୍ରାର ୧୫୦ ବର୍ଷ ପୂରି ଆଜି କେବଳ ଏକ ବର୍ଷପୂର୍ତି ନୁହେଁ, ବରଂ ଏକ ଶତାବ୍ଦୀ ଓ ଅର୍ବର ବିକାଶ, ସେବା, ସଂଘର୍ଷ ଏବଂ ସଫଳତାର ଗୌରବଗାଥା ।
ଏହି ସ୍ମରଣୀୟ ଅବସରରେ ଆମେ ଅତୀତର ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିବା ସହିତ ବର୍ତ୍ତମାନର ସଫଳତାକୁ ଉତ୍ସବମୁଖର କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର, ସ୍ମାର୍ଟ ଓ ସ୍ଥାୟୀ କଟକ ଗଢ଼ିବାର ସଂକଳ୍ପକୁ ପୁନର୍ବୋକ୍ତ କରିବା । କଟକର ୧୫୦ ବର୍ଷର ଏହି ଯାତ୍ରା ଆମ ସମସ୍ତଙ୍କର ଗର୍ବ, ଗୌରବ ଓ ପ୍ରେରଣାର ଅମୂଲ୍ୟ ଅଧ୍ୟାୟ ।
୧୫୦ ବର୍ଷ ପୂର୍ତି ଉତ୍ସବ ସହ ଆସନ୍ତା ବର୍ଷେ ବ୍ୟାପୀ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଯୋଜନା ପ୍ରସ୍ତୁତ କରାଯାଇଛି ।
- ଜୁଲାଇ ୮ ତାରିଖରେ କଟକର ସହୀଦ ଭବନରେ ପାଳନ ହେବ ୧୫୦ ବର୍ଷ ପୂରି ଉଦଘାଟନ ସମାରୋହ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ଯକ୍ଷ, ଉପାଧ୍ଯକ୍ଷ, ପୂର୍ବତନ ମେୟର, ଡେପୁଟି ମେୟର, ପୂର୍ବତନ କମିଶନର ପ୍ରମୁଖଙ୍କୁ ସମ୍ୱର୍ଦ୍ଧିତ କରାଯିବ ।
- ଆସନ୍ତା ଜୁଲାଇ ୧୪ ତାରିଖରେ ଓଡ଼ିଶାର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସର୍ବବୃହତ୍ ତଥା ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ କରିବେ । ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଠାରେ ଏକ ସ୍ମାରକୀ ଲୋଗୋ ସ୍ଥାପନା କରାଯିବ ଏବଂ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ ।
- ବର୍ଷା ଜଳ ନିସ୍କାସନ ପାଇଁ BSW ଡ୍ରେନକୁ ବଡ଼ ଡ୍ରେନରେ ପରିଣତ କରାଯିବ । ଏଥିପାଇଁ ୫୫୦ କୋଟି ଟଙ୍କା ଖର୍ଚ ହେବ । ଏହାର ଲିଲି ପ୍ରସ୍ତର ସ୍ଥାପନ କରାଯିବ ।
- ୧୦ କୋଟି ଟଙ୍କା ବ୍ୟୟରେ ବୁଲା ଷଣ୍ଡ, ଗୋରୁ, ଗାଇ, ଛେଳି, କୁକୁରଙ୍କର ଆଶ୍ରୟ କେନ୍ଦ୍ରର ଭିଭି ପ୍ରସ୍ତର ସ୍ଥାପନ ହେବ ।
- ୬ କୋଟି ଟଙ୍କା ବ୍ୟୟରେ ସତୀଚଉରାରର ଶ୍ମଶାନର ନବୀକରଣ କରାଯିବ। ଏହାସହ ତେଲୁଗୁ ଶ୍ମଶାନର ଭିଭି ପ୍ରସ୍ତର ସ୍ଥାପନା ହେବା
- ସବୁଜ କଟକ ଯୋଜନାରେ ୧ ଲକ୍ଷ ଗଛ ଲଗାଯିବ । ଏଥିପାଇଁ ଏକ କମିଟି ଗଠନ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ 1
- ବୁଦ୍ଧିଜୀବୀଙ୍କୁ ନେଇ ବିଭିନ୍ନ ୱାର୍ଡରେ ଓ ବସ୍ତିରେ ୧୫୦ ବର୍ଷ ପୂର୍ତି ଉତ୍ସବ ପାଳନ ହେବ । ସହରର ବିଭିନ୍ନ ୱାର୍ଡ଼ରେ କର୍ପୋରେଟରମାନଙ୍କ ଫଟୋଚିତ୍ର ସହିତ ହୋଡିଂ ରହିବ ।
- ମହାନଗର ନିଗମ ପକ୍ଷରୁ କଟକର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ସ୍ମରଣିକା ପ୍ରସ୍ତୁତ କରାଯିବ ।
୨. ୧୫୦ ବର୍ଷ ପୂର୍ତି ଅବସରରେ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରାଯିବ । ଇଣ୍ଡିଆ ପୋଷ୍ଟ ଓ କେଏମସି ମିଳିତଭାବେ ଏହାକୁ ଉନ୍ମୋଚନ କରିବେ । ଏହା ସହ କଟକକୁ ନେଇ ଏକ ଫଟୋ ଚିତ୍ର ପ୍ରଦର୍ଶନୀ କଟକ ଆର୍ଟ ଗ୍ୟାଲେରୀରେ କରାଯିବ ।
- 10, କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତି ଉପଲକ୍ଷେ ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ସହରର ପ୍ରମୁଖ ଛକ ଓ ବଜାର ସ୍ଥାନରେ ସ୍ଥାନୀତ କରାଯାଇ ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବ ।
- ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟଲ ଶାସନ ଦିବସରେ କଟକର ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନୀତ କରାଯିବ । ଏହାସହ ଏଥିରେ ସମସ୍ତ ପୂର୍ବତନ କର୍ପୋରେଟର ଓ କାଉନସିଲର ମାନଙ୍କୁ ସମ୍ବଦ୍ଧିତ କରାଯିବାକୁ ନିଷ୍ପରି ଗ୍ରହଣ କରାଯାଇଛି ।
- ୧୫୦ ବର୍ଷ ପୂର୍ତି ଉପଲକ୍ଷେ ସହରର ୫ ଟି ପ୍ରମୁଖ ପାର୍କର ଉନ୍ନତିକରଣ ଓ ସ୍ବତନ୍ତ୍ର ନାମକରଣ କରାଯିବ । ଗୋଟିଏ ପାର୍କ ସ୍ବତନ୍ତ୍ର ଭାବେ କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରକୁ ନେଇ ବିକଶିତ କରାଯିବ । ଗୋଟିଏ ପାର୍କକୁ ଆଇ.ଟି ଓ ବିଜ୍ଞାନ, ଗୋଟିଏ ଆଦିବାସୀ କଳାକୃତି, ଗୋଟିଏ ବରିଷ୍ଠ ନାଗରିକଙ୍କୁ ସୁହାଇବା ଭଳି ବ୍ୟବସ୍ଥା ଉପଲବ୍ଧ ଥିବା ପାର୍କ ଓ ଅନ୍ୟଟି ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନାମିତ କରାଯିବ । ବାଇମୁଣ୍ଡିଙ୍କ ନାମରେ ଏକ ପାର୍କ ପ୍ରତିଷ୍ଠା କରାଯିବ ।
- ଆସନ୍ତା ବାଲିଯାତ୍ରା ସମୟରେ କଟକ ଇନ୍ କଟକରେ ମହାନଗର ନିଗମ ପକ୍ଷରୁ ୧୦ ଦିନିଆ ସ୍ବତନ୍ତ୍ର ଉତ୍ସବ ପାଳନ କରାଯିବ । ରାଜ୍ୟର ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ନେଇ ସେଠାରେ ନୃତ୍ୟ, ସଂଗୀତ, କବିତା ପାଠୋତ୍ସବ, ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚା କରାଯିବ ।
- ୧୫୦ ବର୍ଷ ପୂର୍ତି ଅବସରରେ ଏକ ଭିଡିଓ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯିବ ଯାହା ସହରର ବିଭିନ୍ନ ଏଲଇଡିରେ ପ୍ରଦର୍ଶିତ ହେବ ।
- ସହରର ୫୦ ରୁ ଅଧିକ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀଙ୍କୁ ନେଇ ୩ଟି ଷ୍ଟାଡିୟମରେ କ୍ରୀଡା ମହୋତ୍ସବର ଆୟୋଜନ କରାଯିବ ।
- ୧୫୦ ବର୍ଷ ପୂର୍ତି ଅବସରରେ ଏକ ମିନି ମାରାଥନର ମଧ୍ୟ ଆୟୋଜନ କରାଯିବ ।
- ପିଲାଙ୍କ ପାଇଁ ଏକ କିନ୍ତୁ ଫେଷ୍ଟିଭାଲ୍ ଆୟୋଜନ କରିବ କଟକ ମହାନଗର ନିଗମ ।
- ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଡିସେମ୍ବରରେ ଏକ ପଥ ଉତ୍ସବର ଆୟୋଜନ କରାଯିବ ।
- କଟକ ମହାନଗର ନିଗମ ଓ ଘରୋଇ ସଂସ୍ଥାଙ୍କ ଭାଗୀଦାରୀରେ ସହରର ୬ ଟି ପ୍ରମୁଖ ଖୋଲା ସ୍ଥାନକୁ ଆକର୍ଷଣୀୟ କରାଯାଇ, ସେ ସ୍ଥାନରେ ବଡ଼ ବଡ଼ ଆର୍ଟ ଇନଷ୍ଟେଲସନ୍ କରାଯିବ । ଲୋକମାନେ ଏଠାରେ ଚିତ୍ତବିନୋଦନ କରିପାରିବେ ।
- ୧୫୦ ବର୍ଷ ପୂର୍ତି ଉପଲକ୍ଷେ ୨ଟି ସ୍ଥାୟୀ ସ୍ମାରକୀ ଗେଟ୍ ସ୍ଥାପନା କରାଯିବ । ଖଣ୍ଡାଲାଇଟ୍ ପଥରରେ କଟକର ଗୌରମମୟ ଇତିହାସକୁ ପାଥେୟ କରି ସହରକୁ ସ୍ବାଗତ ଉଦ୍ଦେଶ୍ୟରେ ଏହି ସ୍ଥାୟୀ ତୋରଣ ନିର୍ମାଣ ହେବ । ଏଥିପାଇଁ ଖୁବଶୀଘ୍ର ସ୍ଥାନ
- ୧୫୦ ବର୍ଷ ପୂର୍ତି ଅବସରରେ କଟକରେ ଅବସ୍ଥାପିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଜାତୀୟ ଆଲୋଚନା ଚକ୍ରର ଆୟୋଜନ କରାଯିବ । ଏହି ଆୟୋଜନ ପାଇଁ ସହଯୋଗ କରିବ କେଏମସି ।
- ଏଥର ରଜରେ ଆରମ୍ଭ ହୋଇଥିବା ରେଡ୍ ବକ୍ସ କ୍ୟାମ୍ପେନକୁ ଆହୁରି ବ୍ୟାପକ କରାଯାଇ ବର୍ଷ ତମାମ ସମସ୍ତ ୱାର୍ଡ଼ରେ କଡ଼ା କଡ଼ି ଲାଗୁ କରାଯିବ ।