କଟକ ଜିଲ୍ଲାର ସମସ୍ତ ବିଧାନସଭା ନିର୍ଵାଚନମଣ୍ଡଳୀର ଚିଠା ଭୋଟର ତାଲିକା ପ୍ରସ୍ତୁତ

କଟକ, ତା. ୦୪.୦୭.୨୦୨୬: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୫ ଜୁଲାଇ, ୨୦୨୬ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ, ଗତ ୩୦ ମଇରୁ ୨୮ ଜୁନ ପର୍ଯ୍ୟନ୍ତ ଚାଲିଥିବା ବେଳେ କଟକ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଗତ ଫର୍ମ ସଂଗ୍ରହ ଏବଂ ଡିଜିଟାଇଜେସନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ସମସ୍ତ ବିଧାନସଭା ନିର୍ବାଚନୀ ମଣ୍ଡଳୀ ଯଥା ୮୭-ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀ, ୮୮- ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ, ୮୯-ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ, ୯୦- ବାରବାଟୀ – କଟକ ବିଧାନସଭା ନିର୍ବାଚନମଣ୍ଡଳୀ, ୯୧- ଚୌଦ୍ୱାର- କଟକ ବିଧାନସଭା ନିର୍ବାଚନମଣ୍ଡଳୀ,୯୨- ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ,
୯୩- କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀ,୯୪- ସାଲେପୁର, ବିଧାନସଭା ନିର୍ବାଚନମଣ୍ଡଳୀ,୯୫- ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଉପଲକ୍ଷେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ।
ପ୍ରକାଶ ଥାଉକି ଚିଠା ଭୋଟର ତାଲିକା ପ୍ରକାଶନ ପରେ ଚଳିତ ବର୍ଷ ଜୁଲାଇ ୫ ତାରିଖ ରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଏଥି ସମ୍ୱନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଦାବି ଓ ଆପତ୍ତିର ସମସ୍ତ ଯାଞ୍ଚ ଓ ଫଇସଲା ଅଗଷ୍ଟ ୪ତାରିଖ ରୁ ସେପ୍ଟେମ୍ବର ୨ତାରିଖ ମଧ୍ୟରେ ସମ୍ପନ୍ନ ହେବ। ସେପ୍ଟେମ୍ବର ୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଦାବି ଓ ଆପତ୍ତି ଗ୍ରହଣ ଏବଂ ତାହାର ଫଇସଲା ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ସମ୍ପାଦନ କରାଯିବା ସହ ଯେପରି କୌଣସି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପୂର୍ବରୁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *