
କଟକ : ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ପକ୍ଷରୁ ଆଜି ତୁଳସୀପୁର ସ୍ଥିତ ସାରଳା ଭବନ ଠାରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି। 1975 ମସିହା ଜୁନ୍ 25 ତାରିଖ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜ କ୍ଷମତାର ଅପବ୍ୟବହାର କରି ଦେଶରେ ଆପତ୍ତ କାଳୀନ ପରିସ୍ଥିତି ଜାରି କରିଥିଲେ। ଶ୍ରୀମତୀ ଗାନ୍ଧୀଙ୍କ ର ଏହି ବେଆଇନ୍ ନିର୍ଦ୍ଦେଶ କୁ ସମଗ୍ର ଦେଶରେ ବିରୋଧ କରାଯାଇଥିଲା। ବିରୋଧୀ ଦଳ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଏକ ଆଇନ୍ ବଳରେ ଗିରଫ କରାଯାଇଥିଲା। ଏହି ଆପତ୍ କାଳୀନ ପରିସ୍ଥିତି କୁ ସମଗ୍ର ଦେଶରେ କଳାଦିବସ ଭାବେ ଘୋଷଣା କରାଯାଇଥିଲା। ଜୟପ୍ରକାଶ ନାରାୟଣ ଙ୍କ ଠାରୁ ଆରମ୍ଭ କରି ଦେଶର ତୁଙ୍ଗ ନେତା ମାନଙ୍କୁ ଗିରଫ କରାଯାଇଥିଲା। ହଜାର ହଜାର ଯୁବକ ମାନେ ଯେଉଁ ମାନେ ଏହି ଜରୁରୀକାଳୀନ ପରିସ୍ଥିତି କୁ ବିରୋଧ କରିଲେ ସେମାନଙ୍କୁ ଗିରଫ କରାଗଲା। ଆଜି ସାରଳା ଭବନ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ଗଣତନ୍ତ୍ର ହତ୍ୟା ଦିବସ ରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେହି 1975 ମସିହା ଜୁନ୍ 25 ତାରିଖ ର ସେହି କଳା ଦିବସକୁ ସ୍ମରଣ କରି କହିଲେ ଯେ କଂଗ୍ରେସ ଦଳ ହେଉଛି ଗଣତନ୍ତ୍ର ର ହତ୍ୟା କାରି ଯାହାର ଉଦାହରଣ ହେଉଛି 1975 ମସିହା ଜୁନ୍ 25 ତାରିଖ। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜର କ୍ଷମତାକୁ ଅପବ୍ୟବହାର କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ଯେଉଁ ମାନେ ଏହାକୁ ବିରୋଧ କରିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେହି ଦିନଟି ଦେଶ ପାଇଁ କଳାଦିବସ ଭାବେ ଗ୍ରହଣ
କରାଯାଏ। ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କାର୍ଯ୍ୟ କ୍ରମରେ ସଭାପତିତ୍ଵ କରିଥିଲେ। ଏହି ଅବସରରେ। ଜରୁରୀକାଳୀନ ପରିସ୍ଥିତିରେ ଯେଉଁ ମାନେ ଜେଲ ଯାଇଥିଲେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରକାଶ ସେଠୀ, ଛବି ମଲ୍ଲିକ, ନୟନ କିଶୋର ମହାନ୍ତି, ସ୍ମୃତି ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଅମର ପ୍ରସାଦ ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ।