
କଟକ : କଡା ସୁରକ୍ଷା ମଧ୍ୟରେଆଜି ରବିବାର ଦିନକଟକ ସମେତ ସମଗ୍ର ରାଜ୍ୟରେ ନିଟର ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟରେ ୫୭୦୦୦ ଛାତ୍ର ଛାତ୍ରୀ ମାନେ ୧୩୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି l କଟକରେ ସାତ ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି l ୧୩୨ ଟି ପରୀକ୍ଷା କେନ୍ଦ୍ରରୁ ୨୭ ଟି ସହରରେ ନିଟ ପରୀକ୍ଷା ହେଉଛି l ପରୀକ୍ଷାତ୍ରୀଙ୍କର ଯାତାୟାତ ସରକାରଙ୍କ ପକ୍ଷରୁ ମାଗଣାରେ ଯାତାୟାତ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି l ସୁରକ୍ଷା ପାଇଁ ପ୍ରତି ପରୀକ୍ଷା କେନ୍ଦ୍ରରେ ସି ସି ଟି ଭି କ୍ୟାମେରା ଖଞ୍ଜା ଯାଇଛି l ଏଠାରେ ସୂଚାଇ ଦିଆଯାଇପାରେ ଗତ ନିଟ ପରୀକ୍ଷା ରେ ପ୍ରଶ୍ନ ପତ୍ର ପ୍ରଘଟ ଯୋଗୁଁ ପରୀକ୍ଷା କୁ ବାତିଲ୍ କରାଯାଇଥିଲା ।ପୁନର୍ବାର ଆଜି ପରୀକ୍ଷା କରାଯାଉଛି l ସେନା ବାହିନୀ ମାଧ୍ୟମରେ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରକୁ ଅଣାଯାଇଛି l ଦିନ ୧୨. ୩୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପାଇଁ ନିର୍ଦେଶ ଦିଆଯାଇଛି l ପରୀକ୍ଷା କେନ୍ଦ୍ର ପ୍ରବେଶ ସମୟରେ ନିଜର ପରିଚୟ ପତ୍ର ଏବଂ ପ୍ରବେଶ ପାସ ଦେଖାଇବା ଦେଖାଇବା ପାଇଁ ବାଧ୍ୟତା ମୂଳକ କରାଯାଇଛି l ଦିନ ଦୁଇ ଟା ରୁ ୫ ଟା ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ l