କୋଡ଼ିଙ୍ଗା ମାଳି ଖଣି ଖନନ ସମ୍ପ୍ରସାରଣ ନିମନ୍ତେ ଜନ ଶୁଣାଣି

ରାୟଗଡ ,, ( ଅଜୟ ରଥ ) : ରାୟଗଡ ଏବଂ କୋରାପୁଟ ଜିଲ୍ଲା, କାଶିପୁର ଏବଂ ଲକ୍ଷ୍ମୀପୁର ତହସିଲ ଅନ୍ତର୍ଗତ ୪୨୮.୦୭୫ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରୁ ବାର୍ଷିକ ୩.୬ ନିୟୁତ ରୁ ୬.୦ ନିୟୁତ ଟନ୍ ବକ୍ସାଇଟ୍ ରାୟଗଡ ଜିଲ୍ଲାର ସମ୍ପ୍ରସାରଣ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା,ରାୟଗଡ ଆଞ୍ଚଳିକ କାର୍ଯ୍ୟାଳୟ ରାୟଗଡ ତରଫରୁ ଆଜି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କୋଡ଼ିଂଗାମାଳି ଖଣି ଖନନ ଅଞ୍ଚଳର ପ୍ରଭାବିତ କୋଡ଼ିପାରି ପଂଚାୟତର ୨ଟି ଗାଁ ଏବଂ ବାଙ୍କାମ୍ବ ପଞ୍ଚାୟତର ୫ଟି ଗ୍ରାମ ବାସୀ ଯୋଗ ଦେଇଥିଲେ । ଖଣି ଖନନ ବିଭାଗର ପ୍ରସ୍ତାବକ ଓ ଏମ୍ ସି ସେମାନଙ୍କୁ ଖଣି ଖନନ ଅବିବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ । ୨୬ ଜଣ ମହିଳା, ପୁରୁଷ , ଯୁବକ, ଯୁବତୀ ଗ୍ରାମବାସୀ ସେମାନଙ୍କ ଅଞ୍ଚଳର ଶିକ୍ଷା ଅବ୍ୟବସ୍ଥା,ଶିକ୍ଷକ ଅଭାବ, ସ୍ୱାସ୍ଥ୍ୟ ସମସ୍ୟା , ରାସ୍ତାଘାଟ, ପାନୀୟ ଜଳ, ମନ୍ଦିର ନିର୍ମାଣ,ଦାଦନ ସମସ୍ୟା ଭଳି ମୌଳିକ ସମସ୍ୟା ଗୁଡିକର ସମାଧାନ ପାଇଁ ମୌଖିକ ଏବଂ ଲିଖିତ ଭାବେ ଅଭିଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଭିଡ଼ିଓ ଉତ୍ତୋଳନ କାରାଯାଇଥିଲା । ସରକାରଙ୍କ ନିକଟକୁ ପଠାଯିବା ପରେ ସରକାର ନିଷ୍ପତି ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର । ଏହି ଶୁଣାଣୀ ର ଆଦ୍ୟ ଉପକ୍ରମ ବର୍ଣ୍ଣନା କରିଥିଲେ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ପରିଚାଳକ ଅଶୋକ ଭୋଇ । ଓ ଏମ୍ ସି ର ଅଧିକାରୀ ବିଭୀଷଣ ମାଝୀ କମ୍ପାନୀ କି କି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନେବ ବିଶେଷ ଭାବେ ବ୍ୟାଖାନ କରିଥିଲେ । ଚିନ୍ମୟ କୁମାର ପରିଡ଼ା ଲୋକମାନଙ୍କର ସମସ୍ୟାଗୁଡ଼ିକ କିପରି ତାଙ୍କ କମ୍ପାନୀ ଦ୍ଵାରା ସମାଧାନ ହୋଇ ପାରିବ ତାହା ବିଶେଷ ଭାବେ କହିଥିଲେ । ଶେଷରେ ପ୍ରଦୂଷଣ ବୋର୍ଡ ର ଡେପୁଟି ଇଞ୍ଜିନିୟର ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କାରାଯାଇଥିଲା।

Leave a Reply

Your email address will not be published. Required fields are marked *