ବିଜୁ ଜନତା ଦଳ, ପାଲଲହଡା ପ୍ରେସ ବାର୍ତ୍ତା , ତାରିଖ -21/06/2026

ପାଲଲହଡା : ପାଲଲହଡା ସଦର ମହକୁମା ଠାରୁ 5 କିମି ଦୂର ପେଣ୍ଡେରାବସI ଠାରେ ରେ ଅବସ୍ଥିତ ଥିବା ଗାନ୍ଧୀ ମନ୍ଦିର କୁ ଉଛେଦ ଏବଂ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ବେସନ୍ମାନ କୁ ବିଜୁ ଜନତା ଦଳ, ପାଲଲହଡା ଦୃଢ଼ ନିନ୍ଦା କରୁଛି I ଏଠାରେ ଆମେ କହି ରଖିବାକୁ ଚାହୁଁ ଯେ ବହୁ ବର୍ଷ ପୂର୍ବ ରୁ ଜାତୀୟରାଜପଥ 149 କଡ ରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ନାମ ରେ ଏକ ମନ୍ଦିର ନିର୍ମାଣ କରାଯାଇ ସେଠାର ବାପୁ ଙ୍କ ର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା, କାଳ କ୍ରମେ ମନ୍ଦିର ଏବଂ ପ୍ରତିମୂର୍ତ୍ତି ଟି ଅବହେଳିତ ଅବସ୍ଥା ରେ ପଡିରହିଥିବା ଗଣମାଧ୍ୟମ ଏବଂ ସ୍ଥାନୀୟ ଲୋକ ଅଭିଯୋଗ କରିବାପରେ ତତ୍କାଳୀନ ବିଜୁ ଜନତାଦଳ ସରକାର ସମୟରେ ଏବଂ ତତ୍କାଳୀନ ବିଧାୟକ ମହେଶ ସାହୁ ଙ୍କ ପ୍ରଚେଷ୍ଠା ରେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ସେଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ସନ୍ମାନ ଏବଂ ମର୍ଯ୍ୟାଦା ର ସହ ସ୍ଥାପନ କରାଯଇଥିଲା ଏବଂ ପ୍ରତ୍ବେକ ଜାତୀୟ ଦିବସ ପାଳନ ଅବସର ରେ ରାଜନୈତିକ ଏବଂ ସାମାଜିକ ବ୍ୟକ୍ତିବିଶେଷ ସେଠାରେ ମାଲ୍ୟାର୍ପଣ କରିଥାନ୍ତି, କିନ୍ତୁ ବଡ଼ ଦୁଃଖ ଏବଂ ପରୀତାପ ର କଥା ବର୍ତମାନ ତାଳଚେର ବିମଳାଗଡ଼ ରେଳପଥ କୁ ନିର୍ମାଣ କରୁଥିବା ଠିକIସଂସ୍ଥା ସ୍ଥାନୀୟ ପ୍ରଶାସନ ସହଯୋଗ ରେ ବେପରୁଆ ଭାବେ ଉକ୍ତ ଗାନ୍ଧୀ ମନ୍ଦିର କୁ ଭାଙ୍ଗି, ଅନ୍ୟ ଏକ ଟିଣ ଚାଦର ରେ ନିର୍ମାଣ କରାଯାଇଥିବା ଆଶ୍ରୟସ୍ଥଳୀ ରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଟିକୁ ଅତି ଦୟନୀୟ ଭାବେ, ଉପଖଣ୍ଡ ପ୍ରଶାସନ ଉପସ୍ଥିତି ରେ ସ୍ଥାପନ କରାଯିବା ଦୁର୍ଭାଗ୍ୟଜନକ I ଏହାକୁ ମୁଁ ଜଣେ ସଚେତନ ନାଗରିକ ଏବଂ ପୂର୍ବତନ ବିଧାୟକ ଭାବେ ଘୋର ନିନ୍ଦା କରୁଛି ଏବଂ ଏହି ପ୍ରେସ ବାର୍ତ୍ତା ମାଧ୍ୟମ ରେ ସରକାର, ପ୍ରଶାସନ ଏବଂ ଠିକIସଂସ୍ଥା କୁ ଚେତେଇ ଦେବାକୁ ଚାହେଁ ଯଦି ଆଗାମୀ ଏକ ମାସ ମଧ୍ୟ ରେ ଜାତୀ ର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ପୂର୍ବ ଭଳି ଏକ ମନ୍ଦିର ନିର୍ମାଣ କରି ସ୍ଥାପନ କରାନଯାଏ ତେବେ ମୁଁ ଏବଂ ମୋ ଦଳ ରାଜରାସ୍ତା କୁ ଓଲ୍ହେଇବା ପାଇଁ ବାଧ୍ୟ ହେବୁ I ଓଡ଼ିଆ ଅସ୍ମିତା ଦ୍ୱାହି ଦେଇ ସରକାର କୁ ଆସିଥିବା ଭାରତୀୟ ଜନତା ପାର୍ଟି ଅନୁରୋଧ ଅଞ୍ଚଳ ରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ଉଚିତ ସନ୍ମାନ ପ୍ରଦାନ କରିବାସହ ସେଗୁଡିକ ର ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ I

Leave a Reply

Your email address will not be published. Required fields are marked *