କଳାବତୀ କଳା ନିକେତନ ପକ୍ଷରୁ ବିଶ୍ଵ ସଙ୍ଗୀତ ଦିବସ ପାଳିତ

କଟକ , ତା ୨୧.୦୬.୨୦୨୬ରିଖ ରବିବାର ସନ୍ଧ୍ୟା ୭ଟାରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବତୀ କଳା ନିକେତନ ପକ୍ଷରୁ ଅନୁଷ୍ଠାନର କାର୍ଯ୍ୟକାରି ସଭାପତି ସୁଶ୍ରୀ ସୁମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତାରିଣୀ ବିହାର, କୁମ୍ଭାର ସାହି, ବିଡାନାସୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନ୍ୟତମ ଅତିଥି ଭାବରେ ସଙ୍ଗୀତ ନିର୍ଦ୍ଦେଶକ ଚଉଧୁରୀ ଭାରତୀକୃଷ୍ଣ ଦାଶ, ଶ୍ରୀ ପରମାନନ୍ଦ ସାହୁ,ଶରତ ନାୟକ, ବିନୋଦିନୀ ସାହୁ, ଶିକ୍ଷାବିତ୍ ଶ୍ରୀ କୁଳମଣି ଦାଶ, ବରିଷ୍ଠ ଆଇନଜୀବୀ ଶ୍ରୀ ହରପ୍ରସାଦ ରଥ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶ୍ରୀ ଜ୍ୟୋତି ଭୂଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଶ୍ଵ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ବିଶ୍ୱନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସରସ୍ୱତୀ ବନ୍ଦନା ଗାନ କରିଥିଲେ ଓ ପରେ ପରେ ସମ୍ପାଦକ ଦେବସ୍ମିତା ମିଶ୍ରଙ୍କ ନିର୍ଦ୍ଦେଶନାରେ ଶୃତି ସୁହାନୀ ଦାସ, ସାଇକ୍ରିଷ୍ଣା ମହାନ୍ତି, ନିରୋଜ ନଳିନୀ ଦାସ, ଅଭିଞାନ ମହାପାତ୍ର, ଶୁଭଶ୍ରୀ ସେନାପତି, ସୃଜନିକା ଦାଶ,ଆୟେଶା ଦାଶ,ଶିଭାଙ୍ଗୀ ବିଶ୍ଵାଳ,ଲକି ପ୍ରଜ୍ଞାନ ସାହୁ, ହରପ୍ରିୟା କର,ବିଶାଲ ଶର୍ମା,ଅହନ ବିକ୍ରମ , ସ୍ନେହାଶିଷ ହୋତା ପ୍ରମୁଖ କଳାକାର ମାନେ ଏକକ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଗୁରୁ ଶ୍ରୀ ତ୍ରିନାଥ ଜେନା, ଯୋଗେନ୍ଦ୍ର ନାଥ ସ୍ୱାଇଁ, ବିଭୁପ୍ରସାଦ ନନ୍ଦ, ରଞ୍ଜନ ପଣ୍ଡା ପ୍ରମୁଖ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଉଦଘୋଷକ ଶ୍ରୀ ବିଚିତ୍ରାନନ୍ଦ ପଣ୍ଡା ଓ ସୁଶ୍ରୀ ଦିପ୍ତି ଦାଶ। ସହଯୋଗ କରିଥିଲେ ଅନୁଷ୍ଠାନର ସଦସ୍ୟ ଶ୍ରୀ ଲାଲ୍ ବାହାଦୁର ବିଶ୍ଵାଳ, ବସନ୍ତ କୁମାର ମହାନ୍ତି,ଅଜୟ କୁମାର ବାରିକ, ଡ଼ଃ ଶୁଭ୍ରାଂଶୁ ହୋତା, ମଧୁସ୍ମିତା ମହାନ୍ତି, ରିନା ମିଶ୍ର ପ୍ରମୁଖ ସମସ୍ତ ସଦସ୍ୟ ଓ ସଦସ୍ୟା ।

Leave a Reply

Your email address will not be published. Required fields are marked *