ରଜପର୍ବ

ରଜ-ପରବରେ ଆମ୍ବ-ପଣସ
ଖିଲିପାନ ମୁଖେ ଫୁଟାଇ ହସ
ପିଲାଏ ଖେଳନ୍ତି ଦୋଳି,
ଗାଆଁ ଝିଅମାନେ ପୀରତି ରଚ଼ନ୍ତି
ଭାଇ-ସାଇ ଘର ବୁଲି ।

ନୂଆ ଜାମା-ପଟା ଭାରି ସରସ
ପୋଡ଼ପିଠା ସ୍ବାଦ ମନେ ହରଷ
ଆମ ଘରେ ଉଠା-ଚୂଲି,
ବାପା ଆଣିଛନ୍ତି କଲିକତାରୁ ତ’
ମିଠେଇ ଖଜୁରୀ କୋଳି ।

ବସୁମତୀ ସ୍ନାନ ଭାରି ସନ୍ତୋଷ
ବସୁଧା ହସିବେ ହୋଇ ହରଷ
ଜଳାଇବା ଏବେ ଚୂଲି,
ଫୁଲ-ଫଳ ଗଛ ଲଗାଇବା ଆସ
ବଗିଚାରେ ଗାତ ଖୋଳି !

Leave a Reply

Your email address will not be published. Required fields are marked *