
କଟକ ତା ୧୫/୬ : କଟକ ଲେଖକ ସହଯୋଗ ସମିତି ଆନୁକୂଲ୍ୟରେ ବ୍ୟାସକବି ଫକିର ମୋହନ ସେନାପତିଙ୍କ ୧୦୮ତମ ଶ୍ରାଦ୍ଧବାର୍ଷିକୀ ଓ ରଜ ମହୋତ୍ସବ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁଙ୍କ ଅଧ୍ଯକ୍ଷତାରେ ଖାନନଗରସ୍ଥ ସମିତିର ସଭାଗୃହରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ସଂପାଦକ ରଘୁନାଥ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଡଃ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟ ଅତିଥ୍, ଡଃ ସୁନାମଣି ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବ୍ୟାସକବି ଫକିର ମୋହନ ଆଧୁନିକ ଓଡ଼ିଆ କଥା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା । ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ସଂଗ୍ରାମରେ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ ବିରୋଧରେ ହୋଇଥିବା ଆନ୍ଦୋଳନରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ରଜ ମହୋତ୍ସବ ପାଳନ ଅବସରରେ ଦୟାନିଧୁ ସ୍ମୃତି କଳା ପରିଷଦର ସଂପାଦିକା ଡଃ ବିଜୟଲକ୍ଷ୍ମୀ ଦାଶଙ୍କ ସାଥ୍ କଳାକାରମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ସର୍ବଶ୍ରୀ ମାଧବ ମିଶ୍ର, ସମରେନ୍ଦ୍ର ଘୋଷ, ପ୍ରମୋଦ କୁମାର ମିଶ୍ର, ବିଜୟ କୁମାର ନାଥ, ହାସ୍ୟବ୍ୟଙ୍ଗ କବି ଲକ୍ଷ୍ମୀଛଡ଼ା, ସୌଭାଗିନୀ ଜେଠୀ, ରଜତ କୁମାର ମିଶ୍ର, ବୀରେଶ କୁମାର ମହାପାତ୍ର, ନଜରୁଲ ଇସଲାମ୍, ରବୀନ୍ଦ୍ରନାଥ ପଣ୍ଡା, ସୁରଜିତ ସିଂହ, ଅର୍ଜନା ରାଣୀ ଭୂୟାଁ, ଅରୁଣା ସାମନ୍ତରାୟ, ଭବାନୀ ବାରିକ, ସୁଷମା ବାରିକ, ମାନସୀ ପାତ୍ର, ବିଜୟ କୁମାର ପାତ୍ର, ଅଶ୍ବିନୀ କୁମାର ସେଠୀ, ଆଦିତ୍ୟ ପ୍ରତାପ ଧଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଂଗଠନ ସଂପାଦକ ନରସିଂହ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।