“ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ର ଡେପୂଟି କମିଶନର ଉଦଳା କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ “

ବାରିପଦା/ଉଦଳା(କ: ବ୍ଯୁ)
ତା୧୦/୦୬/୨୦୨୬
ଭାରତ ସରକାର ଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (Ministry of education, Govt of Indi)
ର ଡେପୁଟି କମିଶନର ଶ୍ରୀ ସର୍ଦ୍ଦାର ସିଂହ ଚୌହାନ ଓ ଵାରିପଦା କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଦ୍ବାରା ଉଦଳା ର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ କୁ ମିଳିତ ଭାବେ ଗସ୍ତ
କରିଛନ୍ତି।

ମୟୁରଭଞ୍ଜ ଯୋଜନା ବୋର୍ଡ ଅଧକ୍ଷ,ଉଦଳା ର ଉନ୍ନତି ପାଇଁ ସଦା ତତ୍ପର ଓ ଉଦଳା ର ବିକାଶ ପାଇଁ ଲଢେଇ ଜାରି ରଖି ଥିବା ଲୋକ ପ୍ରିୟ ବିଧାୟକ Bhaskar Madhei M L A. Udala ମହୋଦୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ଉଦଳା ର ଉପ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ

ତାଙ୍କୁ ଉଦଳା ମାଟି ରେ ସ୍ବାଗତ କରିବା ସହିତ ଉଦଳା କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ନିର୍ମିତ ଅସ୍ଥାୟୀ ଗୃହ ଓ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ଜମି କୁ ପରିଦର୍ଶନ କରାଇଛନ୍ତି ।

ଏଥି ସହିତ ଡେପୁଟି କମିଶନର ଶ୍ରୀ ସର୍ଦ୍ଦାର ସିଂହ ଚୌହାନ ଯଥା ଶିଘ୍ର ଅସ୍ଥାୟୀ ଗୃହ ରେ ପାଠ ପଢ଼ା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *