
କଟକ ତା ୦୫. ୦୬. ୨୦୨୬ରିଖ- ଜିଲ୍ଲା ସ୍ୱାସ୍ଥ୍ୟ ସେବା ସମିତି ପକ୍ଷରୁ ପୋଲିଓ ନିରାକରଣ,
ଡେଙ୍ଗୁ,ମ୍ୟାଲେରିଆ ଓ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସଦଭାବନା ଗୃହଠାରେ ଅନୁଷ୍ଠିତ ହେଇଯାଇଛି।
ଜିଲ୍ଲାସ୍ତରରେ ଲୋକମାନଙ୍କୁ ସଚେତନତା କରିବା ଥିଲା ଉକ୍ତ ବୈଠକର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଜିଲ୍ଲା ସ୍ତରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗୋଟେ ଦିନ ଡ୍ରାଏ ଡେ (dry day)ପାଳନ କରିବା ଅର୍ଥାତ ପାଣି ଜମିଥିବା ସ୍ଥାନଗୁଡିକୁ ଶୁଖିଲା ରଖିବା , ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପରିଷ୍କାର ପାରିଚ୍ଛନତା ରକ୍ଷା କରିବା, ଜ୍ୱର ହେବା ମାତ୍ରେ ଖୁବ ଶୀଘ୍ର ରକ୍ତ ପରୀକ୍ଷା କରି ଔଷଧ ସେବନ କରିବା, ମଶାରି ଟାଙ୍ଗି ଶୋଇବା,ଗାଁ କଲ୍ୟାଣ ସମିତି ଓ ପଂଚାୟତରାଜ ସଦସ୍ୟ ମାନଙ୍କୁ ନେଇ ସଚେତନତା ସଭା ଆଦି ଅୟୋଜନ କରିବା, ଡେଙ୍ଗୁ ପ୍ରବଣ ସ୍ଥାନରେ ନୋଟିସ ଲଗାଇ ପରିବେଶକୁ ସଫା କରିବା ଇତ୍ୟାଦି ଉପରେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ଅୟୋଜନ ପୂର୍ବକ ଜୁନ ମାସ ୨୮ ତାରିଖରେ ଜନ୍ମରୁ ୫ବର୍ଷ ବୟସର ସମସ୍ତ ପିଲାଙ୍କୁ ପୋଲିଓ ନିରାକରଣ ନିମନ୍ତେ ପୋଲିଓ ଦେବା,(ପ୍ରଥମ ଦିନ ୨୮ତାରିଖ ରବିବାରରେ ବୁଥରେ) ଏବଂ ୨୯ ଓ ୩୦ ତାରିଖରେ ଘର ଘର ବୁଲି ପଲସ ପୋଲିଓ କାର୍ଯ୍ୟ କରାଯିବ । ଜୁନ ୧୬ରୁ ଜୁଲାଇ ୩୧ତାରିଖ ମଧ୍ୟରେ ୨ ମାସରୁ ୫ବର୍ଷର ପିଲାମାନଙ୍କୁ ଡାଇରିଆରୁ ରକ୍ଷା ପାଇବା ପାଇଁ ଓ. ଆର. ଏସ ଏବଂ ଜିଙ୍କ ବଟିକା ଦିଆଯିବ। ଏହି କାର୍ଯ୍ୟକ୍ରମ ଘରେ ଘରେ ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କରାଯିବା ନେଇ ବୈଠକରେ ଆଲୋଚନା କରଯାଇଥିଲା।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ସଂପର୍କରେ ସୂଚନା ପ୍ରଦାନ କରଯାଇଥିଲା। ସୂଚନା ଅନୁଯାୟୀ ଗତ ବର୍ଷ ଡେଙ୍ଗୁରେ ୧୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମାତ୍ର ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗତ ବର୍ଷ ମ୍ୟାଲେରିଆରେ ୨୪୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ମାତ୍ର ୩୪ଜଣ ଆକ୍ରାନ୍ତ ହୋଇଛନ୍ତି।
ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ଡାକ୍ତର ପୁଷ୍ପିତା ମହାନ୍ତି, ଡାକ୍ତର ଚିନ୍ତାମଣି ମାହାପାତ୍ର, ଡାକ୍ତର ଅଶୋକ ମିଶ୍ର,ଙ୍କ ସମେତ କଟକ ମହାନଗର ନିଗମ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଳାସ୍ତରୀୟ ବିଭଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ