“ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ”

ଵାରିପଦା/ଉଦଳା(କ: ଵ୍ଯୁ) ତା.୦୧/୦୬/୨୦୨୬ : ଉଦଳା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ, କପ୍ତିପଦା, ଉଦଳାଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ସଘନ ସଂଶୋଧନ କାର୍ଯ୍ୟକ୍ରମର ସଠିକ ବିଶଦ ବିବରଣୀ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଉକ୍ତ ସାମ୍ବାଦିକ ସମ୍ମିଳନୀର ଆୟାଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ମାନ ଅବଗତ କରାଇବା ସହିତ ଜନ ସାଧାରଣଙ୍କ ନିକଟରେ ସଠିକ ତଥ୍ୟ ଉପସ୍ଥାପନ କରିବାକୁ ଉପଜିଲ୍ଲ୍‌ାପାଳ ସୁଶାନ୍ତ କୁମାର ବାରିକ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ଜଣେ ବି ଯୋଗ୍ୟ ନିର୍ବାଚକଙ୍କ ନାମ ଯେମିତି ଭୋଟର ତାଲିକାରୁ ବାଦ ନ ପଡ଼େ ସେଥିପ୍ରତି ଉପଖଣ୍ଡ ପ୍ରଶାସନ ସତର୍କ ଦୃଷ୍ଟି ରଖିଥିବା ବେଳେ ଏଥି ନିମନ୍ତେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବାର ଉପଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଡ଼େପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଉତରାୟ ମୁର୍ମୁ, ଶ୍ରୀତମ ମହାନ୍ତି, ଇଭାନ ଦଳେଇ, ଦୁଷ୍ମନ୍ତ ନାଏକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ତଥା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *