
ଚଣ୍ଡିଖୋଲ,୩୧/୫( କ ବ୍ୟୁ) : ଚଣ୍ଡିଖୋଲ ସ୍ଥିତ ବାବା ଭୈରବା ନନ୍ଦ ମହାବିଦ୍ୟାଳୟ ର ୧୯୯୨ମସିହା ସ୍ନାତକ ବ୍ୟାଚ ପୁରା ତନ ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ ଓ ପୂଜ୍ୟ ପୁଜା ସମାରୋହ ବଡଚଣା ବ୍ଲକ୍ ଅନ୍ତର୍ଗତ ଅଭୟପୁର ସ୍ଥିତ ଲୋକବିକାଶ ପରିସରରେ ଅନୁଷ୍ଟିତ ହୋଇଯାଇଛି।ପୁରାତନ ଛାତ୍ର ସଙ୍ଘର ଉପ ସଭାପତି ପ୍ରଦୀପ କୁମାର ଧଳ ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମହେନ୍ଦ୍ର କୁମାର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡି ଏସ ପି ଭିଜିଲାନ୍ସ ବୈଦ୍ୟନାଥ ସାମଲ, ବିଜୟ କେତନ ସାମଲ, ଦେବରାଜ ବେହେରା, ସିମାରଣୀ କର। ରେଣୁ ବାଲା ବିଶ୍ଯୋଵାଳ , ପ୍ରଜ୍ଞା ପାରମିତା ମାହାଲା , ଧୃବ ଚରଣ ଗନ୍ତାୟତ , ବୈକୁଣ୍ଠ ସାହୁ, ସୁରେଶ୍ ଚନ୍ଦ୍ର ବରାଳ , ଦିଲ୍ଲୀପ ରାଉତ ପ୍ରମୁଖ ଯୋଗଦେଇ ଦୀର୍ଘ ୩୪ବର୍ଷ ର କଲେଜ ଜୀବନ, ସହପାଠୀ ମାନଙ୍କ ମଧ୍ୟରେ ଥିବା ଶୁ ସଂପର୍କ, ଗୁରୁ ଶିଷ୍ୟର ସମ୍ପର୍କ, ଅନୁଶାସନ,ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପଠନ ଶୈଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ମଧ୍ୟରେ ଶୈକ୍ଷିକ ପରିବେଶ, ମଧ୍ୟରେ ଵିଦ୍ୟା ଅଧ୍ୟୟନ ର ସ୍ମୃତି ଚାରଣ କରି ଭାବ ବିହ୍ୱଳ ହୋଇଥିଲେ।ଏଥିସହିତ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ନରେନ୍ଦ୍ର କୁମାର ମହାନ୍ତି, ଡ ଅଜୟ କୁମାର ଲେଙ୍କା, ଡ କେଦାରନାଥ ଦାଶ, ଡ ବିନାୟକ ପଣ୍ଡା, ସୁବାସ ଚନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ନାଥ ପଣ୍ଡା, ବିଜୟ କୁମାର ସାମଲ, ପୀତବାସ ମହାନ୍ତି, ପବିତ୍ର ମୋହନ ମାହାଲା, ଦେବୀ ପଟ୍ଟନାୟକ , ପ୍ରଭାବତୀ ପଣ୍ଡା, ପ୍ରମୋଦ କୁମାର କର ଆଇନଜୀବି ସୁରେନ୍ଦ୍ର ନାଥ କର, ଲୋକବିକାଶ ର ଅଧ୍ୟକ୍ଷ ଅବଦୁଲ୍ ରଫିକ୍ ପ୍ରମୁଖଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ଓ ଅଧ୍ୟାପକ ଅଧ୍ୟାପିକା ଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ରବୀନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା।