କଟକ ( କ ବ୍ୟୁ ) : କଟକ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କଟକ ଜିଲ୍ଲାରେ ପ୍ରାୟ ୬% ବା ମୋଟ ୧ ଲକ୍ଷ ୩୫ ହଜାର ଭୋଟର ଅନ୍-ମ୍ୟାପ୍ ଅଛନ୍ତି ।ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ସମସ୍ତ ବି.ଏଲ.ଓ.ଙ୍କୁ ନିର୍ବାଚନ ନାମାଙ୍କନ ଫର୍ମ ଦିଆଯାଇଥିବା ବେଳେ, କାଲିଠାରୁ ଘରକୁ ଘର ବୁଲି ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ ଏବଂ ଏହି ପ୍ରକ୍ରିୟା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।ଆସନ୍ତା ଜୁଲାଇ ୫ ତାରିଖରେ ତାଲିକାର ଡ୍ରାଫ୍ଟ୍ ପ୍ରକାଶନ ପାଆଯିବ ଏବଂ ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ କେହି ଅଭିଯୋଗ ଥିଲେ ଜଣାଇପାରିବେ। ଏହା ପରେ ସେପ୍ଟେମ୍ବର ୨ ତାରିଖରେ ଶୁଣାଣି ହୋଇ ସେପ୍ଟେମ୍ବର ୬ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ। ପୂର୍ବ ପ୍ରକାଶନରେ ୨୦ ଲକ୍ଷ ୮୫ ହଜାର ଭୋଟର ଥିବାବେଳେ, ଏଥର ପ୍ରାୟ ୧୯ ଲକ୍ଷ ୫୦ ହଜାର ଭୋଟରଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ୨୦୦୨ ମସିହା ଓ ଗତ ବର୍ଷର ଭୋଟର ତାଲିକାକୁ ନେଇ କରାଯାଇଥିବା ବେଳେ ସମଗ୍ର ଜିଲ୍ଲାରେ ପ୍ରାୟ ୯୩.୫% ଭୋଟରଙ୍କ ମ୍ୟାପିଂ ସଫଳତାର ସହ ଶେଷ ହୋଇଛି। ବାରବାଟୀ-କଟକରେ ସବୁଠାରୁ କମ୍ ମ୍ୟାପିଂ ହୋଇଥିବା ବେଳେ ବାଡ଼ମ୍ବାରେ ସର୍ବାଧିକ ମ୍ୟାପିଂ ହୋଇଛି। ଜିଲ୍ଲାରେ ପ୍ରାୟ ୬% ବା ମୋଟ ୧ ଲକ୍ଷ ୩୫ ହଜାର ଭୋଟର ଅନ୍-ମ୍ୟାପ୍ ଅଛନ୍ତି ।ତେବେ ଅନ୍-ମ୍ୟାପ୍ ଥିବା ସେମାନଙ୍କୁ ଚିହ୍ନଟ କରାଯାଇ ଫର୍ମ-୬ ଅନୁସାରେ ନୂଆ ନାମ ଯୋଡ଼ିବାକୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।