ବିଶ୍ବନାଥ ପଣ୍ଡିତଙ୍କ ଶ୍ରାଦ୍ଧୋତ୍ସବ ପାଳିତ

କଟକ ( କ ବ୍ୟୁ ) ତା ୧୮/୦୫ : ସ୍ବାଧୀନତା ସଂଗ୍ରାମୀ ବିଶ୍ଵନାଥ ପଣ୍ଡିତଙ୍କ ୨୪ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମହାନଗର ନିଗମ ପରିସର, ବଡ଼ ମେଡ଼ିକାଲ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ବିକାଶ ଭବନଠାରେ ସ୍ବର୍ଗତ ପଣ୍ଡିତଙ୍କ ପ୍ରତିମୂର୍ତ୍ତିରେ ଓ ରାଜାପଡ଼ାସ୍ଥିତ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା । ବିଶ୍ଵନାଥ ପଣ୍ଡିତ ସ୍ମୃତି ପରିଷଦ ପକ୍ଷରୁ ପ୍ରତ୍ୟୁଷରେ ମହାନଦୀ ତଟ ଗଡ଼ଗଡ଼ିଆ ଘାଟରେ ତିଳତର୍ପଣ କରାଯାଇଥିଲା । ସୁରେନ୍ଦ୍ରନାଥ ଛୋଟରାୟ ଶାଢିବାଣୀ ପାଠ କରିଥିଲେ । ଚାନ୍ଦିନୀଚୌକ ବ୍ରାହ୍ମଣସାହିସ୍ର ପରିଷଦର କାର୍ଯ୍ୟାଳୟଠାରେ ଡ଼ାକ୍ତର ରବି ରଞ୍ଜନ ସାହୁଙ୍କ ପୌରୋହିତ୍ୟରେ ଏକ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ପୂର୍ବତନ ମନ୍ତ୍ରୀ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଶାନ୍ତ ନାୟକ, ଭିକାରୀ ଦାସ, ମନୋରଂଜନ ପଣ୍ଡା, ନିବାସ ଚନ୍ଦ୍ର ମିଶ୍ର, ରତ୍ନାକର ମୂଖୀ, ହରିବନ୍ଧୁ ନାୟକ, ଆଶୀଷ ସାହୁ, ଧର୍ମେଶ ନାୟକ, ଶେଖ ହାଫିଜ, ରମେଶ ଚନ୍ଦ୍ର ବେହେରା, ଗୋପାଳ ଚନ୍ଦ୍ର ମିଶ୍ର, ନବଘନ ପରିଢ଼ା, ଉମେଶ ନାୟକ, ନକୂଳ ଚନ୍ଦ୍ର ମହାରଣା, ସୁନିତା ପଣ୍ଡିତ, ଚୌଧୁରୀ କାଶୀନାଥ ମଲ୍ଲିକ, ରୀତା ମହାପାତ୍ର, ନରେନ୍ଦ୍ର ନାୟକ, ସାକୀର ଖାନ୍, ଶେଖ୍ ହାସିମ୍, ଦେବେନ୍ଦ୍ର କାହାଳି, ପ୍ରଫୁଲ୍ଲ ବେହେରା, ଅଧ୍ୟାପକ ଅଶୋକ ପଣ୍ଡା, ଟୁଲୁ ପାଣି, ଦିଲ୍ଲୀପ ପ୍ରଧାନ, ବିଜୟ ବେହେରା ପ୍ରମୁଖ ସ୍ମୃତିଚାରଣ କରିଥିଲେ । କର୍ପୋରେଟର ଆରତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *