
କଟକ ( କ ବ୍ୟୁ )ତା ୧୯/୦୫/୨୦୨୬ : ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରତିବାଦ ଓ ଆଶ୍ଚଯ୍ୟ ପ୍ରକାଶ ।
ସଙ୍ଘର ନିର୍ବାଚିତ ପ୍ରତିନିଧି ଥିବାସ୍ୱେତେ ମାନ୍ୟବର ଆଠଗଡ ବିଧାୟକ ଶ୍ରୀଯୁକ୍ତ ରଣେନେଦ୍ରପ୍ରତାପ ସ୍ୱାଇଁ କିପରି ଭାବରେ ସଭାପତି ହେଲେ ? ବୋଲି ବର୍ତମାନ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ରାଉତ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ ମିଲତ ଭାବରେ ନିନ୍ଦା କରି କହିଛନ୍ତି ଯେ ଗୋଟିଏ ନିର୍ବାଚିତ୍ତ କମିଟି ଥିବାବେଳେ ଆଠଗଡ ବିଧାୟକ ମହୋଦୟ କେଉଁ କର୍ମଚାରୀଙ୍କୁ ନେଇ ସଭାପତି ବୋଲଇଲେ ???
ପ୍ରକାଶ ଥାଉ……କି ଗତ ତା ୧୨/୦୫/୨୦୨୬ ରିଖ ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଓଡିଶା ର ସମସ୍ତ ଜିଲ୍ଲା ଏବଂ ଶାଖା ସଙ୍ଘର ସମ୍ପାଦକଙ୍କୁ ନେଇ ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ସମ୍ପାଦକଙ୍କୁ ନେଇ ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ନିର୍ବାଚନ ହୋଇଥିଲା। ଉକ୍ତ ନିର୍ବାଚନରେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାଉତ ସଭାପତି ପଦରେ ୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ସାଧାରଣ ସମ୍ପାଦକ ପଦରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ ୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହି ଦିନ ଠାରୁ ଏହି କମିଟି ଆଜି ପ୍ରଯ୍ୟନ୍ତ ସଂଘର କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିବା ସହ ରାଜ୍ୟ ସରକାର ଙ୍କୁ ସଙ୍ଘ ତରଫରୁ ଏକ ୧୦ ଦଫା ଦାବିପତ୍ର ଦେବାସହିତ ଉକ୍ତ ଦାବି ହାସଲ କରିବାପାଇଁ ରାଜ୍ୟ ସରକାର ଙ୍କ ସହିତ ଆଲୋଚନା, ପ୍ରଯ୍ୟଲୋଚନା ଜାରିରଖିଛନ୍ତି । ମାନ୍ୟବର ଆଠଗଡ ବିଧାୟକ ମହୋଦୟ କିଛି ଅବସରପ୍ରାପ୍ତ କର୍ମଚାରୀ ଓ ସଙ୍ଘର ନିର୍ବାଚନ ଲଢ଼ି ପରାଜ୍ୟ ବରଣ କରିଥିବା କିଛି ହାତ ଗଣତି କର୍ମଚାରୀଙ୍କୁ ନେଇ ରାଜ୍ୟ ସଭାପତି ଭାବରେ ନିଜକୁ ଘୋଷଣା କରିବା ଦ୍ୱାରା କର୍ମଚାରୀ ଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି କରିଛି । ଏହା ଫଳରେ କର୍ମଚାରୀ ଙ୍କ ମିଳିତ ଆନ୍ଦୋଳନ ଏବଂ ଦାବି ହାସଲରେ କ୍ଷତିଗ୍ରସ୍ତ ହେବ ବୋଲି ସଭାପତି ଓ ସାଧାରଣ ସମ୍ପାଦକ ଏକ ମିଳିତ ସାମ୍ବାଦିକ ସମ୍ବିଳନୀ ରେ ଆଶଙ୍କା ପ୍ରକାଶ କରିଛନ୍ତି । ଆଠଗଡ ର ମାନ୍ୟବର ବିଧାୟକ ମହୋଦୟ ଏହିଭଳି ନିନ୍ଦିତ କାର୍ଯ୍ୟରୁ ନିଜକୁ ନିବୃତ ରଖନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି 🙏