
କଟକ ( କ ବ୍ୟୁ ) : କଟକ ଜିଲ୍ଲା ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ମଧୁପୁର ଠାରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ବୃହତ୍ ପାନୀୟଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତାଙ୍କ ସହ ଉପସ୍ଥିତ ଥିଲେ ସ୍ଥାନୀୟ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ। ପରେ ପରେ ମନ୍ତ୍ରୀ କୋଠପଦା ଷ୍ଟାଡିୟମ୍ ଠାରେ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ କହିଲେ ଏହି ପ୍ରକଳ୍ପ ଯୋଗୁଁ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର 44 ଟି ଗ୍ରାମପଞ୍ଚାୟତ
211 ଟି ଗ୍ରାମର
ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ପରିବାର ଲୋକଙ୍କ ଘରେ ପାଇପ ଯୋଗେ ପହଞ୍ଚିବ ପାନୀୟଜଳ। ସେମାନେ ସବୁ ଉପକୃତ ହେବେ। ଏହା ସହିତ ପ୍ରାୟ ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମନ୍ତ୍ରୀ ରବି ନାୟକ। ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମରେ ଗ୍ରାମବାସୀଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଯାହାକୁ ସାକାର କରିବା ଉଦ୍ଦେଶ୍ୟରେ ଜାରି ରହିଛି ଏ ସବୁ କାର୍ଯ୍ୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମନ୍ତ୍ରୀ ରବି ନାୟକ। କେବଳ ଏତିକି ନୁହେଁ ସବୁ ଗାଁକୁ ପକ୍କା ରାସ୍ତା, ରାସ୍ତାର ଉନ୍ନତିକରଣ, ସେତୁ ଆଦିର ଉଦଘାଟନ କରାଯିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ମାହାଙ୍ଗା ବିଧାୟକ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ମହଙ୍ଗା ବ୍ଲକର ବିଭିନ୍ନ ସ୍କୁଲର ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।