ନିଟ ପ୍ରଶ୍ନପତ୍ର ଲିକ୍ ଘଟଣା ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହ ଇସ୍ତଫା ଦାବି କଲା କଟକ ନଗର ଯୁବ କଂଗ୍ରେସ

କଟକ ( କ ବ୍ୟୁ ) ତା: ୧୪/୦୫/ : – ନିଟ ପ୍ରଶ୍ନ ପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖାଦେଇଥିବା ବେଳେ କଟକ ରେ କଟକ ନଗର(ଜିଲ୍ଲା) ଯୁବ କଂଗ୍ରେସ ପକ୍ଷରୁ ସଭାପତି ଆଇନଜିବୀ ଡ଼ ବିପ୍ଳବ ଶିଳାଦିତ୍ୟ ଙ୍କ ନେତୃତ୍ୱରେ ଏହି ଘଟଣା କୁ ନିନ୍ଦା କରି କଟକ ଲିଙ୍କରୋଡ ଛକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ନୈତିକ ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେବାସହ ଏଥିରେ ସମ୍ପୃକ୍ତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଯୁବ କଂଗ୍ରେସ । ନିଟ୍ ୟୁଜି ଭଳି ଅନ୍ୟାନ୍ୟ କେନ୍ଦ୍ରୀୟ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ କୁ ସମ୍ପୂର୍ଣ୍ଣ ବାତିଲ କରି ସମସ୍ତ ପରୀକ୍ଷା ସରକାର ନିଜେ ସ୍ୱଚ୍ଛତାର ସହିତ ପରିଚାଳନା କରିବାକୁ ଦାବୀ କରିଛି ଯୁବ କଂଗ୍ରେସ ।ଏହି କାର୍ଯ୍ୟକ୍ରମରେ ପିସିସି ସଭ୍ୟ ବିଶ୍ଵନାଥ ଶତପଥୀ,ଜିଲ୍ଲା କଂଗ୍ରେସ ଉପସଭାପତି ରାମଚନ୍ଦ୍ର ଗୋଚ୍ଛାୟତ,ପିସିସି ମୁଖପାତ୍ର ଅଶୋକ ସ୍ୱାଇଁ,ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ବରିଷ୍ଠ ଉପସଭାପତି ଶିଶିର ରଥ,କଟକ ନଗର(ଜିଲ୍ଲା)କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,ନଗର କଂଗ୍ରେସ ର ପ୍ରାକ୍ତନ ସାଧାରଣ ସଂପାଦକ ନିର୍ମଳ ସ୍ୱାଇଁ ଓ ପ୍ରଦୀପ ପ୍ରଧାନ,ବ୍ଲକ୍ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା ଓ ଜ୍ଞାନେସୁ ନାୟକ, ପ୍ରାକ୍ତନ କର୍ପୋରେଟର ହିମାଂଶୁ ରାଉତ୍,ବରିଷ୍ଠ କଂଗ୍ରେସ ନେତା ରାଜେଶ୍ ସ୍ୱାଇଁ,ଆଡଭୋକେଟ୍ ଜଗନ୍ନାଥ ପଟ୍ଟନାୟକ,ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶିବ ଅଗ୍ରୱାଲ,କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍,ବରିଷ୍ଠ କଂଗ୍ରେସ ନେତା ରଜନୀ ବସ୍ତିଆ,ଯୁବନେତା ଲିପୁଲ ରାଉତ ଙ୍କ ସମେତ ଯୁବଛାତ୍ର ନେତା କାହ୍ନୁ ଚରଣ ସାହୁ,ଅର୍ମାନ ପ୍ରଧାନ,ସୁମିତ୍ ବେହେରା,ଶୁଭ ରଞ୍ଜନ ରାଉତରାୟ,ଅମିତ୍ ବିଶୋଇ,ପ୍ରମୁଖ ପ୍ରତିବାଦରେ ସାମିଲ ହେବାସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *