ନୟାଗଡ଼( କ ବ୍ୟୁ ) :
ଅସହ୍ୟ ଗ୍ରୀଷ୍ମପ୍ରବାହରେ ସିଝୁଛି ଓଡ଼ିଶା। ଦିନ 10 ଟା ବେଳକୁ ମାଡି ଆସୁଛି ପ୍ରଚଣ୍ଡ ଖରା । ଏଭଳି ସ୍ଥିତିରେ ସ୍କୁଲରେ ଗରମ ଗୁଳୁଗୁଳି ରେ ସିଝୁଛନ୍ତି କୁନି କୁନି ଛାତ୍ରଛାତ୍ରୀ ।
ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ବିଦ୍ୟୁତ ସଂଯୋଗ ହୋଇ ନଥିବା ରୁ ଛାତ୍ରଛାତ୍ରୀ ମାନେ ଶେଣୀ ଗୃହରେ ବସି ଗରମରେ କଲଲବ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ବ୍ଲକ ବିରାଡ଼ିସାହି ସ୍କୁଲ ରୁ , 1975 ମସିହାର ଏହି ସ୍କୁଲ ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏହାକୁ ନେଇ ଅଭିବାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରୀଷ୍ମପ୍ରବାହ ପାଇଁ ସରକାର ସମସ୍ତ ବିଦ୍ୟାଳୟକୁ ସକାକୁଆ ପାଠପଢା ପାଇଁ ଘୋଷଣା କରିଥିବା ବେଳେ । ଦିନ ସାଢେ 10 ଟା ପରେ ସ୍କୁଲ ଛୁଟି ହେଉଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନେ ବହି ବସ୍ତାନୀ ଧରି ଘରକୁ ଫେରିବା ବେଳେ ଖରା ତାତିରେ ଛଟପଟ ହେଉଛନ୍ତି ଏବଂ ଘରେ ପହଞ୍ଚିବା ବେଳକୁ ଅସୁସ୍ଥ ଅନୁଭବ କରୁଛନ୍ତି। ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ରହିଥିବାରୁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିବାବକ। ଏଭଳି ସ୍ଥିତିରେ ତୁରନ୍ତ ସରକାର ବିଦ୍ୟାଳୟକୁ ଛୁଟି ଘୋଷଣା କରିବା ଏବଂ ଶିକ୍ଷକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଦାବି କରିଛନ୍ତି।
ନୟାଗଡ଼ ରୁ ବିଶ୍ଵନାଥ ଘଡେ଼ଇଙ୍କ ରିପୋର୍ଟ