
ନୟାଗଡ଼ : ନୟାଗଡ଼ ଖଣ୍ଡପଡାର ରସିକିଆ ପୋଲିସ ବାବୁଙ୍କ ପ୍ରେମ ନିବେଦନ , ଜଣେ ମହିଳାଙ୍କୁ ରାତିରେ ନିଜ ଅଫିସକୁ ଡାକୁଛନ୍ତି ପୋଲିସ ବାବୁ। ପୁଣି ପ୍ରେମ ନିବେଦନ କରି ଆସିବାକୁ । ପୁଣି ଦେହରେ ହାତ ମାରିବା ପାଇଁ କହୁଛନ୍ତି, ଏହା ସହ ରାତିରେ ତାଙ୍କ ପାଖରେ ରହିବା ପାଇଁ କହୁଛନ୍ତି। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନଙ୍କ ନାଁରେ ,ଏନେଇ ମହିଳା ଜଣଙ୍କ ଫତେଗଡ଼ ଥାନା ରେ SDPO ମଦନ ମୋହନ ପ୍ରଧାନଙ୍କ ନାଁରେ ଏତଲା ଦେଇଛନ୍ତି ଫତେଗଡ଼ ଥାନାରେ । ଏଥିସହ ନ୍ୟାୟ ପାଇଁ DG ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ରସିକିଆ SDPO ମଦନ ମୋହନ ପ୍ରଧାନ ଙ୍କ ପ୍ରେମ ନିବେଦନ ଅଡିଓ ଏବଂ Whatsapp chatting ମହିଳାଜଣ DGଙ୍କ ନିକଟ କୁ ପଠାଇଛନ୍ତି।
ଏବେ ଏହି ଓଡ଼ିଓ ଏବଂ Whatsapp chatting ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହିଳା ଜଣଙ୍କ ଫତେଗଡ଼ ଥାନା ଅଞ୍ଚଳର ବୋଲି ଜଣା ପଡ଼ିଛି,ସୂଚନା ଅନୁଯାୟୀ ଗତ ଜୁଲାଇ ମାସରେ ପିଲା ଝଗଡା କୁନେଇ ଫତେଗଡ଼ ଥାନାରେ ଏକ କେସ ରୁଜୁ ହୋଇଥିଲା।ଏହାର ତଦନ୍ତ ଦାୟିତ୍ବ ଖଣ୍ଡପଡା SDPO ମଦନ ମୋହନ ପ୍ରଧାନ ନେଇ ଥିଲେ । କେସ ସମାଧାନ ପାଇଁ ମହିଳାଙ୍କୁ SDPO ମଦନ ମୋହନ ପ୍ରଧାନ ପ୍ରେମ ନିବେଦନ କରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ ବାହାରେ କାମ କରିବା ପାଇଁ ଯାଇଥିବା ବେଳେ SDPO ମଦନ ମୋହନ ପ୍ରଧାନ ବାରମ୍ବାର ଦିନ ରାତି ଫୋନ କରିବା ଏବଂ Whatsapp chatting କରି ପ୍ରେମ ନିବେଦନ କରି ମାନସିକ ସ୍ତରରେ ହାରାସ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ କଥାରେ ରାଜି ନହେଲେ ତାଙ୍କ ସ୍ବାମୀଙ୍କୁ ମିଛ କେସ ବାନ୍ଧି ଜେଲ ପଠାଇ ଦେବା ପାଇଁ SDPO ମଦନ ମୋହନ ପ୍ରଧାନ ଧମକ ଦେଉ ଥିବା ସେ ଅଭିଯୋଗ କରିଛନ୍ତି।
ନୟାଗଡ଼ ରୁ ବିଶ୍ଵନାଥ ଘଡେଇଙ୍କ ରିପୋର୍ଟ