“ବରିଷ୍ଠ ନାଗରିକ ସଂଘ ର ନୂତନ ଓଡ଼ିଶା ନବବର୍ଷ ପାଳନ ହୋଇଯାଇଛି”

ବାରିପଦା/ଉଦଳା ( କ ବ୍ୟୁ ) ତା୧୫/୦୪/୨୦୨୬ : ଓଡ଼ିଆ ନବ ବର୍ଷ ପାଳନ ଅବସରରେ ଉଦଳା ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ସଂଘ ସଭାଗୃହରେ ବରିଷ୍ଠ ନଗରିକ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ତଥା ଭାଗବତ ଟୁଙ୍ଗୀର ଉପଦେଷ୍ଟା ନରେନ୍ଦ୍ର ମୋହନ ଜେନାଙ୍କ ସଭାପତିତ୍ୱରେ ଓଡ଼ିଆ ନବ ବର୍ଷ ପାଳନ ଓ ପଣା ସଂକ୍ରାନ୍ତିର ମହତ୍ତ୍ୱ ସମ୍ପର୍କରେ ସଭା ତରଫରୁ ବକ୍ତାମାନେ ଆଲୋଚନା ରଖିଥିଲେ । ଏଥିରେ ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିର ଐତିହାସିକ ପୃଷ୍ଠଭୂମି ଓ ଆମର ସାଂସ୍କୃତିକ ପରମ୍ପରା କିପରି ଓଡିଆ ଅସ୍ମିତା ସହିତ ଜଡିତ ତାହା ବକ୍ତାମାନଙ୍କର ବକ୍ତବ୍ୟରେ ପ୍ରତିଫଳିତ ହୋଇଥିଲା । ସଭା ଶେଷରେ ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ସଭ୍ୟ/ସଭ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସଂଘ ତରଫରୁ ସମସ୍ତଙ୍କୁ ମଣ୍ଡାପିଠା ଓ ପଣା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମିଳା ଜେନା, ପ୍ରଫୁଲ୍ଲ ବାରିକ, ବିବେକାନନ୍ଦ ରାଜ, ସୁବାସ କୁମାର ଶଙ୍ଖୁଆ,ସୁଭଦ୍ରା ମଞ୍ଜରୀ ବେହେରା, ଅବଜବନ୍ଧୁ ବାରିକ ସହାୟତା କରିଥିଲେ । ଅକ୍ଷୟ ତୃତୀୟା ପାଳନର ଅବ୍ୟବହିତ ପୂର୍ବରୁ ସଭାରେ ଉପସ୍ଥିତ ଭକ୍ତି ଜ୍ଞାନ ସଞ୍ଚାର ସେବା ସମିତିର ଅଧ୍ୟକ୍ଷ ଲକ୍ଷ୍ମୀଧର ପୁଥାଳ ଓ ସମ୍ପାଦକ ରବିକାନ୍ତ ମହାପାତ୍ର ଆଗାମୀ ୧୯.୦୪.୨୦୨୬ ରିଖ ସକାଳ ୮ ଘଟିକାରୁ ଆମ ସ୍ୱାଭିମାନ ଓ ଆମ ଅସ୍ମିତା ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ବରିଷ୍ଠ ନାଗରିକ ସଂଘ ସଭା ଗୃହରେ ଅନୁଷ୍ଠିତ ହେବ ବୋଲି ସମସ୍ତଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାକୁ ଭାଗବତ ଟୁଙ୍ଗୀ କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ପୁହାଣ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *