ରାଜଗାଙ୍ଗପୁର ଓକିଲସଂଘ ନିର୍ବାଚନ୪ର୍ଥ ଥର ସଭାପତି ହେଲେ ଅଶୋକ ପାଣି

ରାଜଗାଙ୍ଗପୁର (କ.ବ୍ୟୁ)୨୮ ମାର୍ଚ୍ଚ ୨୦୨୬ :- ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓକିଲସଂଘ ର ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ରେ ସଭାପତି ପଦ ପାଇଁ ୪ର୍ଥ ଥର ଅଶୋକ ପାଣି ନିକଟତମ ପ୍ରତିଦ୍ବନ୍ଦି ସମରେନ୍ଦ୍ର ସରୋନିଆ କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି। ସଂପାଦକ ପଦରେ ବିକାଶ ସରପଟିଆ ନିକଟତମ ପ୍ରତିଦ୍ବନ୍ଦି ରଞ୍ଜିତା ଦଣ୍ଡସେନାଙ୍କୁ ପରାସ୍ତ କରି ୩ୟ ଥର ପାଇ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ର୍ନୀଦ୍ୱନ୍ଦ ରେ ଉପସଭାପତି ଭାବେ ଦିଲ୍ଲୀପ ସାହୁ, ସହସଂପାଦକ ରାଜେନ୍ଦ୍ର ଗିରି, ଲାଇବ୍ରେରୀ ସଂପାଦକ ସୌମ୍ୟା ସ୍ୱରୁପା ପାଣିଗ୍ରାହୀ, କୋଷାଧ୍ୟକ୍ଷ ମିଲଖା ଲାକ୍ରା, ଏକ୍‌ଜିକୁ୍ୟଟିଭ ସଦସ୍ଯ ଭାବେ ଜିରାମଣି ଲାକ୍ରା, ପ୍ରଦୀପ କେଶରୱାନି, ରାଜେଶ ଶର୍ମା, ରିନା ଏକ୍କା, ସାଲମି ଟିରୁ, ସନ୍ତୋଷ ସାହୁ ଓ ସୁନିତା ଡୁଙ୍ଗଡୁଙ୍ଗ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ଦିଲ୍ଲୀପ ସିଂ ଓ ସହ ନିର୍ବାଚନ ଅଧିକାରୀ ଭାବେ ସୁଧାଂଶୁ ନାଏକ ରହି ନିର୍ବାଚନ ପରିଚାଳନା କରିଥିଲେ। ବିଜେତା ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *