ଆଜ ଏକୋଇଶ ଅକ୍ଟୋବର ମାସ
ପୋଲିସ ସ୍ମୃତି-ସ୍ମରଣ,
ଦିବସ ପାଳନ ଶାନ୍ତି ଶୃଙ୍ଖଳାର
କର୍ତ୍ତୃତ୍ବ ଶ୍ରଦ୍ଧାଭାଜନ ।
ଆଜିର ପୋଲିସ କର୍ତ୍ତବ୍ଯ ପଥରେ
ପରିଦୃଷ୍ଟ ବ୍ଯତିକ୍ରମ,
ଦୁର୍ନୀତି ମାର୍ଗରେ ଅର୍ଥ ଉପାର୍ଜନେ
ସମାଜରେ ହୀନିମାନ ।
ରାଜନେତାଙ୍କର ବୋଲକରା ଭୃତ୍ୟ
ସତ୍ଯାନୁସଂଧାନେ ଅନ୍ଧ,
ସ୍ବଚ୍ଛ ଓ ପବିତ୍ର ପରିବେଶ ନଷ୍ଟ
କର୍ମ କର୍ତ୍ତବ୍ଯ ଦୁର୍ଗନ୍ଧ ।
ସାମ୍ପ୍ରତିକ ସ୍ଥିତି ପରିସ୍ଥିତି ଏବେ
କ୍ଷେତକୁ ଖାଉଛି ବାଡ଼,
ଚୋର ଟାଉଟର ଖସି ଯାଉଛନ୍ତି
ସାଧୁଙ୍କ ପିଠିରେ ମାଡ଼ ।
ସ୍ମୃତିର ସମ୍ମାନ ତୁଚ୍ଛ ନ କରିଣ
କର୍ତ୍ତବ୍ଯ କର ସରସ,
ଜନ ସାଧାରଣ କରିବେ ସମ୍ମାନ
ଧନ୍ଯ ହୋଇବ ପୋଲିସ ।
ଶାନ୍ତି ଶୃଙ୍ଖଳାର ରକ୍ଷାର କବଚ
ପୋଷାକରେ କି ସୁନ୍ଦର,
ପୋଲିସମାନଙ୍କ କର୍ମ ଧର୍ମ ହେଉ
ସତ୍ଯ ଶାନ୍ତି ସଦାଚାର ।
ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha