ଦଶହରା



ଆଜି ଦଶହରା ମଣ୍ଡପ ମା’ ପୂଜା
ମନ୍ତ୍ର ପାଠ ଶଂଖ ଧ୍ବନି
ବାଜୁଛି ମୁଦଙ୍ଗ ଘଣ୍ଟ କରତାଳି
ବେଦ ଉଚ୍ଚାରଣ ଗିନି।
ପବିତ୍ର ଲାଗୁଛି ସୁନ୍ଦରମା’ ଶୋଭା
ଭକ୍ତି ମନ ମୋ ପ୍ରଫୁଲ୍ଲ
ତୋରଣ ଲାଇଟି ଝକମକ ରୂପ
ମଣ୍ଡପ ଆହା କି ଭଲ।
ଭଜନ ଜଣାଣ ସଂଗୀତ ପ୍ରାର୍ଥନା
କଣ୍ଠ ଗାନ ନିତି ଦିନ
ଜପ ତପ କରି ସୁମରଣା କରୁ
ମା’ ଦୁର୍ଗା ଶୁଭ ଦର୍ଶନ।
ଦଶହରା ଛୁଟି ପଲ୍ଲୀରୁ ସହର
ଠାକୁର ପୂଜା ସବୁଠି
ସ୍ମରଣ ଜୟ ମା ଭକତି ଅନ୍ତରେ
ଘେନ ମୋ ପ୍ରଣାମ ଭକ୍ତି।
ଝୁଣା ଦୀପ ଧୂପ ଦୁବ ବରକୋଳି
ଅରୁଆ ଚାଉଳ ଝୋଟି
ମା’ଙ୍କ ପୟରରେ ଆଙ୍କିଛି ସୁନ୍ଦର
ଭିନ୍ନ ପୁଷ୍ପ ଦେବା ଭେଟି।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *