ସନ୍ଥ ବାବା ବଳିଆ, କେନ୍ଦ୍ରାପଡ଼ାର ଘାଗରା ପଞ୍ଚାୟତରେ ଜନ ପୂଜନ ସଭାରେ ଯୋଗଦେଇ,ମହାନ ଦିଗ-ଦର୍ଶନ ଦେଇ କହିଥିଲେ, ପତି, ପତ୍ନୀ ହରାଙ୍କୁ ପୂଜିବା ଜରୁରୀ,ବିଧବା ହେଲେ କାଚ ଜବରଦସ୍ତ କାଢ଼ିବା ଅପରାଧ,ମାଆ ମାନଙ୍କୁ ପୂଜା କରିବା, ବାଘ ଜାତୀୟ ପଶୁ ବଦଳରେ ଗାଈ ଜାତୀୟ ପଶୁ,ପାଇଁ ସ୍ୱର ଉତ୍ତଳନ ଜରୁରୀ ବୋଲି କହିଥିଲେ | ଧନ୍ୟ ବାବା ବଳିଆ….. 🙏
ସେ ବାବା ବଳିଆ ଅଟଇଁ କାଳିଆ
ନରରୁପି ନାରାୟଣ
ନରକୁ ପୂଜିଲେ ଦୁଃଖ ଚାଲିଯାଏ
କହିଲେ ବଳିଆ ଜାଣ ……. 1
ପିତାମାତା ପରା ଦେବତା ଅଟନ୍ତି
ତାହାଙ୍କୁ ସମସ୍ତେ ପୂଜ
ପତି ହରା ଆଉ ପତ୍ନୀ ହରା ଜନ
ମହାନ ଦେବତା ହେଜ……. 2
ପତିହରା ନାରୀ କାଚ କାଢ଼ିବାକୁ
ବାରଣ କରିଲେ ବାବା
ଆମେ ଯେଉଁପରି ଜବରଦସ୍ତରେ
କାଚକଢା ଦେଖି କାବା……. 3
ବିତ୍ରିଶ ଅମଳେ ସତୀ ଦାହ ପ୍ରଥା
ସିଏତ ବଅନ୍ଦ ହେଲା
ଏବେକାର ନାରୀ ବିଧବା ବେଶଟି
ସମାଜ ପାଇଁକି ଭଲା…….. 4
ଆମେ ହିନ୍ଦୁ କହି ନାରୀକୁ ତାଡନା
ଅଟେ ସେହି ଅପରାଧ
ସେପରି ଗାଈକୁ ଜାତୀୟ ପଶୁରେ
ମାନ୍ୟତାରେ ହେଉ ନାଦ……. 5
ଗାଈ ଆଉଁସିଲେ ଅମୃତ ମିଳଇଁ
ବାଘକି ଆଉଁସି ପାର
ଗାଈ ସେବାକରି ଯାଅ ତୁମେ ତରି
ଏପରିକା ସବୁ କର……. 6
ଏ ଭାରତ ପାଇଁ ଗୋଟେ ଗୋଟେ ଗଛ
ଦେଶ ହିତରେ ଲଗାଅ
କହିଲେ କରିଲେ ସେ ବଳିଆ ବାବା
ସଭିଏ ସେପରି ହୁଅ……. 7
ଧନ୍ୟ ହେ ବଳିଆ ତୁହିତ ଧଳିଆ
ତୁହି ହୀରା ମୋତି ମଣି
କୋଟି ଜନମନ କଳିଙ୍ଗ ରାଇଜେ
ନେଉଅଛ ପରା କିଣି…….. 8
ହେ କଳିଙ୍ଗବାସୀ କରେ ଅନୁରୋଧ
ବଳିଆ କଥାକୁ ଧର
ହସିବ ଓଡିଶା ଦେଇ ନୂଆ ଦିଶା
ତ୍ରିରଙ୍ଗାଯେ ଫର ଫର……..9
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା