ବାପା

ବାପା ନାମ ଗୋଟି ଅଟଇ ଅମୂଲ୍ଯ
ପ୍ରିତି ମନ୍ଦାକିନୀ ଧାରା
ନିଧନ ସଙ୍ଖାଳି ଦରିଦ୍ର ପସରା
ଅନ୍ଧ ଲଉଡି ଆସରା ——–1
ପଞ୍ଚତତ୍ତ୍ବ ଅସ୍ତିତ୍ବ ସମାହିତ ଅଛି
ଦୁଇ ଅକ୍ଷର ନାମରେ
ଅମୂଲ୍ଯ ଅବର୍ଣ୍ଣ ଅସମ୍ଭବ ବର୍ଣ୍ଣନ
ଉପମା ନ ଆସେ ମନରେ —-2

କେମିତି ରଚିବି କି ଉପମା ଦେବି
ନାହିଁ ଯାର ପଟାନ୍ତର
ନାହିଁ ଆଦିଅନ୍ତ ଅସୀମ ଅନନ୍ତ
କିଏବା ସମ ତା ଆଗର ——-3
କରୁଣାଭଣ୍ଡାର ଅମୃତସାଗର
ଅଟନ୍ତି ବାପା ଆମର
ଶାଳୀନ ମମତା ସେନେହ ପ୍ରଯତ୍ନ
ବୁଦ୍ଧି ବଳ ଦାତା ଈଶ୍ବର ——–4

ଚରଣ ରେଣୁରେ ଲୁଚି ରହିଅଛି
ଶାଶ୍ବତ ପୂଣ୍ଯ ଓ ତୀର୍ଥ
ପିତା ଚରଣ ରେଣୁ ଅଟେ କାମଧେନୁ
ପୂରଣ କରେ ଅବର୍ଥ——–5
ବାପାଙ୍କୁ ପ୍ରଣାମ ଚରଣ ବନ୍ଦନ
ଆଣିଦିଏ କୋଟି ପୂଣ୍ଯ
ଯଶ କୀର୍ତ୍ତୀ ଲାଭ ଦୌଲତ ବୈଭବ
ପ୍ରାପତ ହୁଅଇ ମନ ——-6

ଯେ ପର୍ଯ୍ୟନ୍ତ ବାପା ଜୀବିତ ରହନ୍ତି
ପୁତ୍ରର ନ ଥାଏ ଦକ
ସିଏ ମହାମେରୁ ପୃଥୀ ଠାରୁ ଗରୁ
ନ ମାନିଲା ଲୋକ ବକ ——–7

ପ୍ରଭାତ ସଂନ୍ଧ୍ଯାରେ ଭାବ ଭକତିରେ
ବାପାଙ୍କୁ ପ୍ରଣାମ କର
କଳିର କଳୁଷ ହୋଇଯିବ ନାଶ
ସୁଶାନ୍ତ ଧ୍ୟାନେ ପୟର———8
🙏🏻

Leave a Reply

Your email address will not be published. Required fields are marked *