
କଟକ, ତାରିଖ: ୨୯.୧୦.୨୦୨୬: ଆଗାମୀ ରୂପଯାତ୍ରାକୁ ଦୃଷ୍ଟିରେ ରଖି କଟକ ସହରାଞ୍ଚଳ ଓ ଚୌଦ୍ୱାର ଅଞ୍ଚଳରେ ବେଆଇନ ମଦ ବିକ୍ରୟ ଓ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନକୁ ଜୋରଦାର କରାଯାଇଛି।
ଏହି ଅଭିଯାନ ସମୟରେ ୩୭୦ ଲିଟର ବେଆଇନ ଭାବେ ପ୍ରସ୍ତୁତ ଦେଶୀ ମଦ, ୨୧ ଲିଟର ଦେଶୀ ମଦ (CS liquor)ଓ ୭.୮ ଲିଟର ବିଦେଶୀ ମଦ ଜବତ (IMFL) କରାଯାଇଛି। ଏଥିସହ ବେଆଇନ ମଦ ପରିବହନରେ ବ୍ୟବହୃତ ୨ଟି ସ୍କୁଟି ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ମୋଟ ୭ଟି ମାମଲା ରୁଜ୍ଜୁ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇ ଅଦାଲତକୁ ପଠାଯାଇଛି।
ରୂପଯାତ୍ରାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ କରିବା ସହ ଉତ୍ସବ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ଏହି ଅଭିଯାନ ଜାରି ରହିଛି। ବେଆଇନ ମଦ ପ୍ରସ୍ତୁତି, ବିକ୍ରୟ ଓ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିବ।