ନାରାୟଣପାଟଣା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୋରାପୁଟ -ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନ ନାରାୟଣପାଟଣା ବ୍ଲକ ସଭା ଗୃହରେ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ଯେଉଁ ଥିରେ ସର୍ବୋମୋଟ ୩୮ ଗୋଟି ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟକ୍ତିଗତ ୧୫ ଓ ସାମୁହିକ ୨୩ ଟି ଅଭିଯୋଗ ଶୁଣାଣି କରିଥିଲେ ଜିଲ୍ଲାପାଳ । ଏହା ସହ ନିର୍ମାଣଧିନ ଜଗନ୍ନାଥ ମନ୍ଦିର କାର୍ଯ୍ୟ ତଦାରଖ କରିଥିଲେ।ପରେ କୁମ୍ଭାରୀ ପଂଚାୟତ ଗ୍ରସ୍ତ କରି ଦୁରୁଗୁଣ୍ଡା ଘାଟି ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ କରି ସ୍କୁଲର ଭିତ୍ତିଭୂମି ନୂତନ ସ୍କୁଲ କୋଠା ଦେଖିବା ସହ ଛାତ୍ରଛାତ୍ରୀ ଙ୍କ ସହ କଥା ହୋଇଥିଲେ ଜିଲ୍ଲାପାଳ । ଦୁଇ ଦିବ୍ୟାଙ୍ଗଙ୍କୁ ସାଇକେଲ ପ୍ରଦାନ କରିବା ସହ ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କା ର ଚେକ୍ ବି ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର , ଉପଜିଲ୍ଲାପାଳ ପ୍ରେମ ଲାଲ ହିଆଲ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରବି ନାରାୟଣ ମିଶ୍ର ,ବିଡିଓ ବିକ୍ରମ କୁମାର ଦୋରା,ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ ,ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତି ଥିଲେ I

Leave a Reply

Your email address will not be published. Required fields are marked *