“ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥକୁ ସ୍ବାଗତ ସମ୍ବର୍ଦ୍ଧନା”

ରାଇରଙ୍ଗପୁର(କ:ବ୍ଯୁ) : ରାଇରଙ୍ଗପୁର ସହର ଉପକଣ୍ଠ ଭାଲୁବସାଠାରେ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ମୂଷାବଣୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ସ୍ବାଗତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ କୁମ୍ଭକାର ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ସମ୍ଭକାର ଲଳିତ ମହାନ୍ତ ସ୍ବାଗତ ଜଣାଇ କହିଥିଲେ ଯେ ମୟୂରଭଞ୍ଜ ଜିଲ୍ଲାର କଳା,ସଂସ୍କୃତି ଓ ଐତିହ୍ୟ ସହିତ ପୁଣ୍ୟଶୋକ, ରାଜର୍ଷି ମହାରାଜ ଶ୍ରୀରାମଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ ଆମ ଗୌରବାଜ୍ଜଳ ଇତିହାସ ମନେ ପକାଇ ଆମକୁ ପ୍ରେରଣା ପ୍ରଦାନ କରୁଛି। ବଳାଙ୍ଗୀ ମହୋତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ସାଂସ୍କୃତିକ ଜାଗରଣ ଯାତ୍ରା ଓ ଜ୍ୟୋତିରଥ ପରିକ୍ରମାର ଲକ୍ଷ୍ୟ ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରିକ୍ରମାରେ ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି ଓ ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମାରେଶ ନାୟକ ସମେତ ସମସ୍ତ ବଳାଙ୍ଗୀ ସେନାଙ୍କୁ ମଧ୍ୟ ସ୍ବାଗତ ଜଣାଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ବହୁ ଜନସାଧାରଣ। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ପରିଚାଳନା କରିଥିବାବେଳେ ଶେଷରେ ଜୟନ୍ତୀ ବେହେରା ଧନ୍ୟବାଦ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *