“୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ”

ବାରିପଦା/ ଉଦଳା ୧୪/୦୩/୨୦୨୬(କ:ବ୍ଯୁ) : ଉଦଳା ଅଦାଲତ ପରିସରରେ ୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ଉଦଳାର ମାନ୍ୟବର ଅତିରିକ୍ତ ଜିଳ୍ଲା ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉଦଳାର ସହକାରୀ ଦୌରାଜଜ ମାନ୍ୟବର ଅରୁଣ କୁମାର ପଟ୍ଟନାୟକ ଓ ଉଦଳାର କନିଷ୍ଠି ଦେୱାନୀ ବିଚାରପତି ତଥା ଉପଖଣ୍ଡସ୍ତରୀୟ ବିଚାର ବିଭାଗ ବିଚାରପତି ମାନ୍ୟବର ଅନୁରାଗ ଦେହୁରୀଙ୍କ ଉପସ୍ଥିତି ଓ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉଦଳା ଓକିଲ ସଂଘ ଓ ଉପଖଣ୍ଡ ଓକିଲ ସଂଘର କର୍ମକର୍ତ୍ତା, ବିଚାର ବିଭାଗର କର୍ମଚାରୀ ଓ ବ୍ୟାଙ୍କ ଅଧିକାରୀଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଯାଇଅଛି । ଏନ.ଆଇ. ଏକ୍ଟର ଅଗତ ୧୦ଗୋଟି ମକଦ୍ଦମାର ଫୈସଲା ହୋଇ ଅନାଦେୟରେ ୨୩ ଲକ୍ଷ ୮୧ ହଜାର ୩୮୨ଟଙ୍କା ଅଦାୟ ହୋଇଯାଇଅଛି । ବ୍ୟାଙ୍କ ରିକଭାରୀ ମକଦ୍ଦମାରୁ ୧୧ଟି ଅଗତ ମାମଲା ମଧ୍ୟରୁ ୨ ଟି ମକଦ୍ଦମାର ଫୈସଲା ହୋଇ ଅଛି । ବିବାହ ସମ୍ବନ୍ଧୀୟ ୮ଟି ମକଦ୍ଦମାରୁ ୨ଟି ମକଦ୍ଦମାର ଫୈସଲା ହୋଇଯାଇଅଛି । ୩୪ଟି ଅନ୍ୟାନ୍ୟ ଦେୱାନୀ ମକଦ୍ଦମାରୁ ୨୪ଟି ମକଦ୍ଦମାର ଫୈସଲା ହୋଇଅଛି । ଅନ୍ୟାନ୍ୟ ଫୈଜଦାରୀ ୨୮୬ଟି ଆଗତ ମକଦ୍ଦମାରୁ ୨୮୬ଟି ମକଦ୍ଦମା ଫୈସଲା ହୋଇଅଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *