ଜଣା ଯୁବତୀଙ୍କ ମୃତ ଦେହ ବୁଦା ମୁଳରୁ ଉଦ୍ଧାର ହତ୍ୟା ସନ୍ଦେହ , କାରଣ ଅସ୍ପଷ୍ଟ , ପୋଲିଶର ତଦନ୍ତ ଜାରି

ରାଜଗାଙ୍ଗପୁର:- (କ ବ୍ୟୁ) (୦୬ /୦୩/୨୬ ): ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରୁ ଜନୈକା ଅଜଣା ଯୁବତୀଙ୍କ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ମୃତଦେହ ଶମିଲ୍ ଛକରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ସ୍କୁଲ ପଛପଟ ବୁଦା ମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ଜିନ୍ ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧି ଥିବା ସୂଚନା ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ କିଛି ଲୋକ ସେଠାକୁ ପ୍ରାତଃକାଳୀନ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବୁଦା ମଧ୍ୟରେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ଥାନାକୁ ସୂଚିତ କରିଥିଲେ । ଖବର ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିଶ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରା ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ସ୍ପଷ୍ଟ ହୋଇ ନ ଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇ ପଡ଼ିଛି।ଯୁବତୀଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ ମୃତ ଦେହ ସେଠାରେ ପକାଇ ଦିଆ ଯାଇଥିବା ନେଇ ସନ୍ଦେହ କରା ଯାଉଛି। ପୋଲିଶ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ମୃତ ମହିଳା ଙ୍କ ପରିଚୟ ପାଇବାକୁ ଉଦ୍ୟମ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣା ପଡିବ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *