ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

ଚଣ୍ଡିଖୋଲ,୨/୩(କ ବ୍ୟୁ) ବଡଚଣା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନ ମଣ୍ଡଳ ସ୍ଥିତ ଶ୍ରୀ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ନାୟକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଭାଷ ଚନ୍ଦ୍ର ନନ୍ଦ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ନାୟକ ଙ୍କୁ ଜଣେ ଆଦର୍ଶ ଶିକ୍ଷୟତ୍ରୀ, ଛାତ୍ର ବତ୍ସଳା, କର୍ତବ୍ୟନିଷ୍ଟା,ସମୟାନୁବର୍ଟିତା, ଶିକ୍ଷୟତ୍ରୀ ଭାବେ ବର୍ଣ୍ଣନା କରିଥିଲେ। ମୂଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିଦ୍ଧେଶ୍ୱର ଦାସ ସମ୍ମାନିତ ଅତିଥି ଭାବେ ଧାନ ମଣ୍ଡଳ ଗ୍ରାମ ପଞ୍ଚାୟତ ସରପଞ୍ଚ ନବଦ୍ଵିପ ନାୟକ,ବଡଚଣା ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ଆର୍ତ୍ତତ୍ରାଣ ପୃଷ୍ଟି, ରାଜ୍ୟ ଶିକ୍ଷା ସଙ୍ଘର ପୂର୍ବତନ ମହାସଚିବ ଅମିୟ କୁମାର ଦାସ,ବଡଚଣା ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଜେନା, ସଂପାଦକ ପ୍ରଶାନ୍ତ ବେହେରା,ପୁର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ମହାନ୍ତି,ସମାଜସେବୀ, ପ୍ରକାଶ ସାହୁ, ସି ଆର୍ ସି ସି ଦୀପ୍ତି ମିଶ୍ର, ଦୀପ୍ତି ବାରିକ୍,ପୁର୍ବତନ ପ୍ରଧାନଶିକ୍ଷୟତ୍ରୀ କନକଲତା ଦାସ, ନାଏବ୍ ସରପଂଚ କନକଲତା ବେହେରା, ଶିକ୍ଷକ ବିଜୟ କେଶରୀ ମିଶ୍ର, ଶିକ୍ଷୟତ୍ରୀ ଶ୍ରୀୟା ମହାରଣା,ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ, ଓ ନୂଆ ସୁଙ୍ଗୁଡା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ। ପରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ନାୟକ ଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇ, ଥିଲା। ଏକ ଶୋଭାଯାତ୍ରାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ତାଙ୍କୁ ନିଜ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ

Leave a Reply

Your email address will not be published. Required fields are marked *