ଧାନମଣ୍ଡଳ ରାଜଦୋଳ ମିଳନ, ଯୋଗଦେଲେ ୧୮ଟି ବିମାନ।

ଚଣ୍ଡିଖୋଲ,୨/୩(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନ ମଣ୍ଡଳ ମେଲଣ ପଡିଆ ଠାରେ ଧାନ ମଣ୍ଡଳ ରାଜଦୋଳ ମିଳନ ପାରମ୍ପରିକ ରିତି ନୀତି, ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳନରେ ଆଖ ପାଖ ଅଞ୍ଚଳରୁ ୧୮ଟି ବିମାନ ବାଜାବାଣ, ରୋଷଣୀ, ନଦିଆ କୀର୍ତ୍ତନ ପରିବେଷଣ କରି ଦୋଳ ମଣ୍ଡପ ରେ ବିଜେ କରିଥିଲେ। ପ୍ରଥମେ ଥାନପତି ଦେଉଳକୁର ଗ୍ରାମର ରାହାସ ବିହାରୀ ଦେବଜୀଉ ବିମାନ ଦୋଳ ମଣ୍ଡପ ରେ ବିଜେ କଲା ପରେ ଅନ୍ୟ ବିମାନ ଗୁଡିକ ଦୋଳ ମଣ୍ଡପ ରେ ବିଜେ କରିଥିଲେ। ପରେ ସ୍ଥାନୀୟ ଦର୍ପଣ ତହସିଲ ପକ୍ଷରୁ ବିମାନରେ ବିଜେ କରିଥିବା ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଙ୍କୁ ଯଥାବିଦ୍ଧି ପୂଜାର୍ଚ୍ଚନା କରାଯାଇ ବିଦାକି ପ୍ରଦାନ କରାଯାଇଥିଲା। ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ,ବିରଜା ପ୍ରସନ୍ନ ରାୟ, ପବିତ୍ର ମଲ୍ଲିକ, ସୌମ୍ୟାଶ୍ରୀ ଦାସ, ସୁପର୍ଭାଇଜର ହରିଶ୍ଚନ୍ଦ୍ର ପ୍ରଧାନ, ପଦ୍ମଲାଭ ପଣ୍ଡା, ରାଜସ୍ବ ନୀରିକ୍ଷକ ଦେବାଶିଷ ମହାପାତ୍ର, ସତ୍ୟ ସୁନ୍ଦର ସାହୁ, ଧାନ ମଣ୍ଡଳ ବଜାର କମିଟି ସଭାପତି ଦୀପକ୍ କୁମାର ମିଶ୍ର, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ଲକ୍ଷ୍ମୀଧର ମହାନ୍ତି, ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ବିମାନ ଗୁଡ଼ିକୁ ସ୍ୱାଗତ କରିଥିଲେ। ଧାନମଣ୍ଡଳ ରାଜଦୋଳ ମିଳନ ଉତ୍ସବରେ ବହୁ ଜନସମାଗମ ହୋଇଥିବା ବେଳେ ମହିଳାମାନେ ନିତ୍ଯ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ସହିତ ମିଳନର ଆନନ୍ଦ ଉଲ୍ଲାସ ଉପଭୋଗ
କରିଥଲେ।

Leave a Reply

Your email address will not be published. Required fields are marked *