ଓସିଏନ୍ ୱାନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚଣ୍ଡିଖୋଲ,୨/୩(କ ବ୍ୟୁ)ଚଣ୍ଡିଖୋଲ ସନ୍ନିକଟ ହରିଦାସ ପୁର ସ୍ଥିତ
ବୁଦ୍ଧନଗର ଠାରେ ଥିବା ଓସିଏନ ଓ୍ୱାନ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ଡାଇରେକ୍ଟର ଡ଼ଃ ଦିଲ୍ଲୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବଡ଼ଚଣା ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଐଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ର ଭାରପ୍ରାପ୍ତ ଅଧିକାରିଣୀ ବ୍ରହ୍ମ କୁମାରୀ ମାନସୀ ଭଉଣୀ ଯୋଗ ଦେଇ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ ବହୁ ଉପାଦେୟ ଏବଂ ଶିକ୍ଷଣୀୟ କଥା କହିବା ସହିତ ଆଧ୍ୟାତ୍ମିକତା କୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ସରସ ସୁନ୍ଦର କରିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ବାଲିଚନ୍ଦ୍ରପୁର ସ୍ଥିତ ସାହସପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟବ୍ରତ ପୃଷ୍ଟି ଯୋଗ ଦେଇ ଶିକ୍ଷା, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏକ ସଫଳ ସମାଜର ମୂଳଦୁଆ ଏବଂ ଅତି ଯତ୍ନର ସହିତ ଛାତ୍ରଛାତ୍ରୀ ମାନଙ୍କର ଜୀବନକୁ ଗଢ଼ୁଥିବା ରୁ ବିଦ୍ୟାଳୟ ର ସମସ୍ତ ଦାୟିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜଣାଇବା ସହ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ l ସମ୍ମାନୀତ ଅତିଥି ଭାବରେ ବିଶିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳମଣି ଦାସ, ଗୋ ରକ୍ଷକ ତଥା ବ୍ରଜଭୂମି ଗୋଶାଳା ଓରନ୍ଦା ଢେଙ୍କାନାଳ ର ଭାରପ୍ରାପ୍ତ ଅଧିକାରୀ ଧରଣୀଧର ମହାନ୍ତି, ସାହିତ୍ୟିକ, ସୁବକ୍ତା, ତଥା ସମାଜ ସେଵୀ ପଞ୍ଚାନନ ତ୍ରିପାଠୀ, ବିଶିଷ୍ଠ ସମାଜ ସେବୀ ବଡ଼ଚଣା ର ଅନ୍ୟତମ ସୁପୁତ୍ର ପ୍ରଦୀପ କୁମାର ଧଳ ଏବଂ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସାହିତ୍ୟିକ ବିଜୟ କେତନ ସାମଲ ବ୍ରହ୍ମାକୁମାର ସରୋଜ ଭାଇ, ବ୍ରହ୍ମ କୁମାରୀ ପଦ୍ମା ଭଉଣୀ, ଆରୁହା ଗ୍ରାମର ମୁରବି ଶେଷଦେବ ବାରିକ ପ୍ରମୁଖଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼ଃ ସସ୍ମିତା ଗାହାଣ ପୁଷ୍ପଗୁଚ୍ଛ ଉତ୍ତରୀୟ ଏବଂ ଓସିଏନ ଓ୍ୱାନ ସମ୍ମାନ 2026 ର ମାନପତ୍ର ପ୍ରଦାନ କରି ବିଦ୍ୟାଳୟର ଗାରିମା ବୃଦ୍ଧି କରିଥିଲେ l ବିଶିଷ୍ଠ ସମାଜ ସେବୀ ଅନିଲ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଅଧକ୍ଷl ସାଲିମା ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ lବିଦ୍ୟାଳୟର ଶିକ୍ଷୟିତ୍ରୀ ହରପ୍ରିୟା ସାମଲ, ବର୍ଷାରାଣୀ ଦାସ, ବର୍ଷା ପ୍ରିୟଦର୍ଶିନୀ ରଣା, ଅଣ ଶିକ୍ଷକ କର୍ମଚାରୀ ନିରୁପମା ବେହେରା, କନକ ଲତା ପରିଡା ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ପ୍ରଦୀପ କୁମାର ନାୟକ ପ୍ରମୁଖଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁତ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ଅଭିଭାବକ ଉପସ୍ଥିତ ରହି ପିଲା ମାନଙ୍କ ମନୋଭାବ କୁ ଉତ୍ସାହିତ କରିଥିଲେ l ଶେଷରେ ଶିକ୍ଷୟତ୍ରୀ ସବିତା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *