
ରାଜଗାଙ୍ଗପୁର : (କ ବ୍ୟୁ) ୦୨/୦୩/୨୬ – ବାପା ଜୋସେଫ ଏକ୍କା ଙ୍କ ଶରୀର ଗତ 6ମାସ ହେବ ସ୍ୱାସ୍ଥ ଭଲ ନହେଵା କାରଣ ରହିଛି ଯେକି ଏହା ପଛରେ ଗୁଣି ଗାରିଡି କାରଣ ଅନ୍ଧ ବିଶ୍ୱାସ ରେ ପୁତୁରା ହତ୍ୟା କଲା ବଡ଼ମା କୁ ଏହି ଘଟଣା ଘଟିଛି କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସରା ପଂଚାୟତର ଝିରିପାଣି ଖଡିଆଢିପା ଗ୍ରାମରେ ଏହି ଘଟଣା ର 48 ଘଣ୍ଟା ମଧ୍ୟ୍ୟରେ ପରଦା ଫାଶ କରିବାରେ ପୋଲିସ ସଫଳ ହୋଇ ପାରିଛି l ଗତ 27/2/26 ଦିନ ସକାଳେ ବିଧବା ସରୋଜନୀ ଏକ୍କା (52) ତାଙ୍କ ଝିଅକୁ କଲେଜ ଓ ପୁଅ ମାଟ୍ରିକ ପରୀକ୍ଷା ଦେବା ପାଇଁ ପଠାଇ ଏକଲା ଥିବା ବେଳେ ଏହାର ସୁଯୋଗ ନେଇ ଅନ୍ଧବିଶ୍ୱାସର ବଶୀଭୂତ ହୋଇ ତାଙ୍କ ଦିଅରଙ୍କ ପୁଅ ଆନନ୍ଦ ଏକ୍କା (25) ଏହାର ସୁଯୋଗ ନେଇ ସରୋଜନୀଙ୍କୁ ଝୁରିରେ ଆକ୍ରମଣ କରି ତାଙ୍କର ଗଳା କାଟି ଦେଇଥିଲା ରକ୍ତତଃ ଅବସ୍ଥାରେ ସେ ତଳେପଡି ଯାଇଥିଲେ l ତାଙ୍କ ପୁଅ ମାଟ୍ରିକ ପରୀକ୍ଷା ଦେଇ ଘରକୁ ଆସି ଦେଲା ଯେ ମା ରକ୍ତତଃ ଅବସ୍ଥାରେ ତଳେ ପଡିଛନ୍ତି ଦେଖି ଚିକ୍ତାର କରି କାନ୍ଦିବା ଶୁଣିଵା ପରେ ଆଖପାଖ ପଡୋଶୀ ତାଙ୍କ ଘରକୁ ଆସିଥିଲେ l ଏହି ଘଟଣାକୁ କୁତ୍ରା ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଆସି ଦେଖିବା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିଲେ l ସରୋଜନୀଙ୍କ ଗଳାକଟି ହତ୍ୟା କରା ଯାଇଥିବା ତାଙ୍କ ଭାଇ ସଞ୍ଜୟ ମିଞ୍ଜି କୁତ୍ରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ କରି ଶବ ହସ୍ତାନ୍ତର କରିବା ପରେ ହତ୍ୟା ମାମଲା ରୁଜୁ କରି ଅପରାଧୀକୁ ଧରିବା ପାଇଁ ସୁନ୍ଦରଗଡ଼ ଏସ. ପି ଅମ୍ରିତପାଲ କୌରଙ୍କ ନିର୍ଦ୍ଧେଶରେ କୁତ୍ରା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଏବଂ ବଡ଼ଗାଁ ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ ନେଇ ଏକ ଟିମ ଗଠନ କରା ଯାଇ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇଙ୍କ ତତ୍ୱଅବଧାନରେ ତଦନ୍ତ ଆରମ୍ଭ କରାଯାଇ ମୃତ୍ୟୁ ସରୋଜନୀଙ୍କ ଆଖପାଖ ଘରର ଲୋକଙ୍କୁ ଥାନାକୁ ଆଣି ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ ଯେ ଅପରାଧୀ ଆନନ୍ଦ ତାଙ୍କ ଘରକୁ ଆସିଥିବା ତଦନ୍ତରୁ ଜଣା ପଡିଥିଲା ଥାନାକୁ ଆନନ୍ଦ ଆଣି ପଚାରିବା ପରେ ସବୁଘଟଣା କହିବା ପରେ ମୁଁ ହତ୍ୟା ଥାନାକୁ ଆନନ୍ଦ ଆଣି ପଚାରିବା ପରେ ସବୁଘଟଣା କହିବା ପରେ ମୁଁ ହତ୍ୟା କରିଥିଵା ମାନି ଯାଇଥିଲା l ହତ୍ୟାରେ ବ୍ୟବହୃତ ଛୁରୀକୁ ଲୁଚାଇ ରଖିଥିବା ସ୍ଥାନକୁ ନେଇ ପୋଲିସ କୁ ଛୁରୀ ହସ୍ତାନ୍ତର କରିଥିଲା ପୋଲିସ ଜବତ କରିବା ସହ ଆନନ୍ଦକୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତା ଧାରା 103(1)ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ଙ୍କ କାର୍ଯ୍ୟାଳୟରେ ଗଣପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଥିଲେ l
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )