


ରାଜଗାଙ୍ଗପୁର :- କଲିଙ୍ଗାପ୍ରଭା ବ୍ୟୁରୋ ୨୫/୦୨/୨୦୨୬ ରାଜଗାଙ୍ଗପୁରର ସ୍ଥିତ ମୁନିସିପାଲ ଗାନ୍ଧି ଗାର୍ଲସ ହାଇ ସ୍କୁଲରେ ନୀଳାଚଳ ଫାଉଣ୍ଡେସନ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ କରାଯାଇଥିଲା l ଏହି ଅବସରରେ ରାଜଗାଙ୍ଗପୁର ପୌରାଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ନୀଳାଚଳ ଫାଉଣ୍ଡେସନର ପରିଚାଳନା ଟ୍ରଷ୍ଟି ଡକ୍ଟର ସରୋଜିନୀ ସାହୁଙ୍କ ତ୍ୱାତାବଧାନରେ ଏବଂ ଶିକ୍ଷୟତ୍ରୀ ସୁଜାତା ଦାସଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜଗାଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସରିତା ସରୋନିଆ, ମୁଖ୍ୟ ବ୍ୟକ୍ତା ଭାବରେ ବରିଷ୍ଠ ଯନ୍ତ୍ରୀ ରମେଶ ପ୍ରସାଦ ପାଣିଗ୍ରାହି ଯୋଗ ଦେଇଥିଲେ। ଅନ୍ୟଅତିଥିଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସନ୍ଧ୍ୟା ମହାପାତ୍ର, ଗାନ୍ଧି ଗାର୍ଲସ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପାନ, ରାଷ୍ଟ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନୟନା କୁଜୁର, ଅବସରପ୍ରାପ୍ତ ଅଧ୍ୟାପିକା ଡକ୍ଟର କମଳ ମିଶ୍ର ଅବସରପ୍ରାପ୍ତ ଅଧ୍ୟାପିକା ସବିତା ମହାନ୍ତି , ବ୍ଲକ ବିଜ୍ଞାନ ସଂଯୋଜକ ଶିକ୍ଷକ ଗିରୀଶ ରାଉତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ବରେ ଦୀପ ପ୍ରଯ୍ୟଳିତ ସହିତ ମା ସରସ୍ବତୀ, ସି ଭି ରମନ ଏବଂ ସର୍ଗୀୟ ନୀଳାଚଳ ସାହୁ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ନୀଳାଚଳ ଫାଉଣ୍ଡେସନ ଟ୍ରଷ୍ଟି ଆଶିଷ ଶତପଥୀ ଅତିଥି ସ୍ୱାଗତ ଏବଂ ପରିଚୟ ପ୍ରଦାନ କରିଥିଲେ। ଅତିଥି ଏବଂ ବକ୍ତା ମାନେ ନୋବେଲ ବିଜେତା ଭାରତ ରତ୍ନ ଚନ୍ଦ୍ରଶେଖର ଭେଙ୍କଟ ରମନଙ୍କ ଜୀବନୀ ଏବଂ ତାଙ୍କର ଆବିଷ୍କାର ଉପରେ ଆଲୋଚନା କରିଥିଲେ। ଏବଂ ଏହି ଦିବସ ପାଇଁ ଚଳିତ ବର୍ଷର ବିଷୟ ବସ୍ତୁ ” ବିଜ୍ଞାନରେ ମହିଳା: ବିକାଶ ଭାରତକୁ ଉତ୍ତେଜିତ କରିବା”। ଏହି ବିଷୟବସ୍ତୁର ଲକ୍ଷ୍ୟ ବୈଜ୍ଞାନିକ ସମ୍ପ୍ରଦାୟରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସେମାନଙ୍କ ଅବଦାନକୁ ଉଜ୍ଜ୍ୱଳ କରିବା, ନୂତନ ଆବିଷ୍କାର ବିକଶିତ ଭାରତ ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କ ଭାଗିଦାରୀ ଉପରେ ଗୋପବନ୍ଧୁ ହାଇ ସ୍କୁଲର ବିଜ୍ଞାନ ଶିକ୍ଷକ ଅଭିଷେକ ରଥ ଏବଂ ଶ୍ରମିକ ହାଇ ସ୍କୁଲ ଲାଞ୍ଜିବେର୍ଣା ର ଶିକ୍ଷକ ମହିମା ବଡେଇ ପାଞ୍ଚଳ ଭାବରେ ପିପିଟି ମାଧ୍ୟମରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଉତ୍ସାହିତ କରିଥିଲେ। ନୀଳାଚଳ ଫାଉଣ୍ଡେସନର ଅନ୍ୟତମ ଟ୍ରଷ୍ଟି ବିଶିଷ୍ଠ ଶିକ୍ଷାବିତ କିଶୋରୀ ଦାଶ ରାଉରକେଲାରୁ ଆଭାସୀ ମାଧ୍ୟମରେ ନିଜର ବ୍ୟକ୍ତବ୍ୟ ରଖିଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅନ୍ଧ୍ୟବିଶ୍ୱାସ ଉପରେ ଏକ ଖୁଦ୍ର ନାଟକ ପ୍ରସ୍ତୁତ କରିଥିଲେ। ଟ୍ରଷ୍ଟ ପକ୍ଷରୁ ଅତିଥି ମାନଙ୍କୁ ଚାରାଗଛ ଏବଂ ମାନସିକ ଦିବ୍ୟାଙ୍ଗ ସ୍କୁଲ ପିଲାଙ୍କ ଦ୍ୱାରା ନିର୍ମିତ ସୁନ୍ଦର ଫୁଲଦାନୀ ଏବଂ ଦୀପ ପ୍ରଦାନ କରାଯାଇଥିଲା। ପରିଶେଷରେ ନୀଳାଚଳ ଫାଉଣ୍ଡେସନ ପରିଚାଳନା ଟ୍ରଷ୍ଟି ଶ୍ରୀମତୀ ସରୋଜିନୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )